ଭୁବନେଶ୍ୱର୍ : ୨୦୧୮-୧୯ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତାକାଲି ଉପସ୍ଥାପିତ ହେବ । ବଜେଟର ଆକାର ପ୍ରାୟ ୧ଲକ୍ଷ ୨୧ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି । କ୍ଷମତାସୀନ ବିଜେଡି ସରକାର ବଜେଟରେ ଅନେକ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରି ନିର୍ବାଚନ ପାଇଁ ପ୍ରସ୍ତୁତିର ସଙ୍କେତ ଦେବେ ବୋଲି ଜଣାପଡ଼ିଛି ।ଭୁବନେଶ୍ୱର୍ : ୨୦୧୮-୧୯ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତାକାଲି ଉପସ୍ଥାପିତ ହେବ । ବଜେଟର ଆକାର ପ୍ରାୟ ୧ଲକ୍ଷ ୨୧ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି । କ୍ଷମତାସୀନ ବିଜେଡି ସରକାର ବଜେଟରେ ଅନେକ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରି ନିର୍ବାଚନ ପାଇଁ ପ୍ରସ୍ତୁତିର ସଙ୍କେତ ଦେବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ନ ୫ଟାରେ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉଭୟ କୃଷି ବଜେଟ୍ ଓ ସାଧାରଣ ବଜେଟ୍କୁ ଉପସ୍ଥାପନ କରିବେ । ବଜେଟ୍ରେ ମୁଖ୍ୟତଃ ସେବା ଓ ଭିତ୍ତିଭୂମି କ୍ଷେତ୍ରକୁ ସରକାର ଅଧିକ ଫୋକସ୍ ଦେଇଥିବା ଜଣାପଡ଼ିଛି । ବଜେଟ୍ରେ କୌଣସି ନୂତନ ଟିକସର ପ୍ରାବଧାନର ସମ୍ଭାବନା କ୍ଷୀଣ ହୋଇଥିବାବେଳେ ଗରିବଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ସମସ୍ତଙ୍କୁ ଆବାସ ଓ ବିଦ୍ୟୁତ ଯୋଗାଣକୁ ଅଗ୍ରାଧିକାର, ପ୍ରତ୍ୟେକ ୱାର୍ଡକୁ ୨ଲକ୍ଷ ଟଙ୍କା ପ୍ରଦାନ କରି ଗାଁର ଭିତ୍ତିଭୂମି ସୁଧାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ବଜେଟ୍ରେ ଅନୁସୂଚିତ ଜାତି, ଜନଜାତି ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଖୁସି କରିବା ପାଇଁ ମଧ୍ୟ ସରକାର ପ୍ରୟାସ କରିଥିବା ସୂଚନା ମିଳିଛି ।


