ନିର୍ବାଚନ ଫଳଫଳ ପୂର୍ବରୁ ହୋଇଥିବା ଏକଜିଟ ପୋଲ ଆକଳନ ପରେ ପରେ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ଆଜି ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି ସହିତ ୭୬,୫୮୩ ସ୍ତରରେ ପହଞ୍ଚିଥିଲା। ବର୍ତମାନ ପର୍ଯ୍ୟନ୍ତ ଏହା ସେନସେକ୍ସର ସର୍ବକାଳୀନ ସର୍ବୋଚ୍ଚ ସ୍ତର ଅଟେ।
ଏହା ବ୍ୟତୀତ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ନିଫ୍ଟି ୮୦୮ ପଏଣ୍ଟ କିମ୍ବା ୩.୬ ପ୍ରତିଶତ ବୃଦ୍ଧି ସହିତ ୨୩,୩୩୮ ରେ ଖୋଲିଛି। ଫଳରେ ଶେୟାର ବଜାର ଐତିହାସିକ ସ୍ତରରେ ଖୋଲିଛି। ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି ।


