Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଏଥର ବଜେଟ୍ ଗାଁ ମୁହାଁ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୨୦ହଜାର ୨୮କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍କୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ବଜେଟ୍ର ଆକାର ୧୨.୩% ବୃଦ୍ଧି ପାଇଛି । । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ପୂର୍ବରୁ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକ ପାଇଁ ବଜେଟ୍ରେ ଅର୍ଥବରାଦକୁ ଅଗ୍ରାଧିକାର ଦିଆଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ରାଜ୍ୟ ସରକାର ବଜେଟ୍ ଅର୍ଥ ଭରଣା ପାଇଁ ମୋଟ ୧୫,୪୬୦ କୋଟି ଟଙ୍କାର ଋଣ କରିବେ ବୋଲି ସୂଚନା ଦେଇଛନ୍ତି । ବର୍ଷ ଶେଷବେଳକୁ ରାଜ୍ୟର ଋଣବୋଝ ୯୧,୯୪୩.୬୮ କୋଟି ଟଙ୍କା ଛୁଇଁବ ଓ ଖୋଲା ବଜାରରୁ ମାତ୍ର ୬ହଜାର କୋଟି ଟଙ୍କା ଋଣ ଆଣିବେ ବୋଲି ସୂଚନା ଦେଇଛନ୍ତି । ବଜେଟ୍ରେ ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କୁ ପକ୍କାଘର, ପିଇବା ପାଣି, ବିଦ୍ୟୁତ ଯୋଗାଣ, ସଡ଼କ ନିର୍ମାଣ, ଗାଁରେ ସହରୀ ସୁବିଧା, ଗାଁର ପ୍ରତ୍ୟେକ ପରିବାରକୁ ମାଗଣାରେ ୪ଟି ଏଲଇଡି ବଲ୍ବ, ଗାଁର ଭିତ୍ତିଭୂମି ଆବଶ୍ୟକତା ପାଇଁ ସ୍ୱତନ୍ତ୍ର ଭାବେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ଚାଷୀଙ୍କ କଲ୍ୟାଣ ପାଇଁ ୨୫୦କୋଟି, ବୁଣାକାର ଓ ଚିତ୍ରକାରଙ୍କ ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର କଲ୍ୟାଣ ପାଇଁ ୨୨ହଜାର ୬୮୪ କୋଟି ଟଙ୍କାର ବ୍ୟୟ ଭଳି ଆଖିଦୃଶିଆ ଘୋଷଣା କରିଛନ୍ତି । ବଜେଟ୍ରେ କୌଣସି ନୂଆ ଟିକସ ନଥିବାବେଳେ ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଅର୍ଥବରାଦ କରି ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଧାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ବଜେଟ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ, ୨୦୧୮-୧୯ ବର୍ଷ ପାଇଁ ୧ଲକ୍ଷ ୨୦ହଜାର ୨୮ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ ସରକାର ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୦୦କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୯ହଜାର ୬୭୮କୋଟି ଟଙ୍କା ମାଧ୍ୟମରେ ଭରଣା କରିବେ । ଏଥି ମଧ୍ୟରେ ୧୫,୪୬୦ କୋଟି ଟଙ୍କା ଋଣ ଆହରଣ କରିବେ ବୋଲି ସୂଚନା ଦେଇଛନ୍ତି । ବିତ୍ତୀୟ ନିଅଣ୍ଟକୁ ରାଜ୍ୟ ଜିଡିପିର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଥିବାବେଳେ ରାଜସ୍ୱ ବଳକା ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି)ର ୨.୨୫% ରହିବ । ରାଜ୍ୟ ସରକାର ୨୦୧୯ ସୁଦ୍ଧା ସମସ୍ତ ପରିବାରକୁ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ୨୦୧୮ ଡିସେମ୍ବର ସୁଦ୍ଧା ଗ୍ରାମାଞ୍ଚଳରେ ମୋଟ୍ ୨୦ଲକ୍ଷ ପକ୍କାଘର ନିର୍ମାଣ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ୩ହଜାର ୫୯୨କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ୧ହଜାର କୋଟି, ସହରାଞ୍ଚଳରେ ୩୫୦କୋଟି ଟଙ୍କାର ବରାଦ କରିଥିବାବେଳେ ୮ଟି ଖଣି ଜିଲ୍ଲାରେ ୩ହଜାର କୋଟି ଟଙ୍କା ବ୍ୟୟ କରିବେ । ୨୦୧୮ ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍ ଯୋଗାଣର ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ୫୬୦କୋଟି ଟଙ୍କା ଓ ପ୍ରତି ଗରିବ ପରିବାରକୁ ମାଗଣାରେ ୪ଟି ଏଲ୍ଇଡି ବଲ୍ବ ପ୍ରଦାନ କରିବାକୁ ୧୨୫କୋଟି ଟଙ୍କା ବ୍ୟୟ କରିବେ । ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ସୁଧାର ପାଇଁ ୫୩୦କୋଟି ଟଙ୍କାର ବରାଦ କରିଛନ୍ତି । ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ୨୯୦୦କୋଟି ଓ ମୁଖ୍ୟଢ଼ନ୍ତ୍ରୀ ସଡ଼କ ଯୋଜନାରେ ୪୦୦କୋଟି ଟଙ୍କା ବରାଦ ହୋଇଛି । ବିଜୁ ସେତୁ ଯୋଜନାରେ ୬୦୦କୋଟି ଟଙ୍କା ବରାଦ ହୋଇଥିବାବେଳେ କେବିକେ ଜିଲ୍ଲାରେ ରାସ୍ତାଘାଟର ଉନ୍ନତି ପାଇଁ ୧୨୫କୋଟି ଟଙ୍କା ବରାଦ କରିଛନ୍ତି । ମାଓ ଉପଦ୍ରୁତ ୧୪୨ଟି ବିଚ୍ଛିନ୍ନ ଗାଁକୁ ରାସ୍ତା ସଂଯୋଗ ପାଇଁ ୧୦୦କୋଟି, ଗାଁ ଲୋକଙ୍କ ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୧୨୫୦କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ୧ହଜାର କୋଟି ଓ ସହରାଞ୍ଚଳରେ ୨୦୦କୋଟି ଟଙ୍କାର ବରାଦ ହୋଇଛି ।ସେହିପରି ଗାଁର ଗରିବ ଲୋକ ଜୀବନଧାରଣ ମନରେ ଉନ୍ନତି କରିବା ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାରେ ୪୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗ୍ରାମାଞ୍ଚଳରେ ସହରୀ ସୁବିଧା ନିମନ୍ତେ ରୁର୍ବାନ ମିଶନରେ ୧୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ଗ୍ରାମାଞ୍ଚଳ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବାକୁ ମନରେଗା ଯୋଜନାରେ ୧୨୮୩ କୋଟି ଟଙ୍କା ବରାଦ କରିଛନ୍ତି । ଏସବୁ ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷରେ ୨ଲକ୍ଷ ୫୦ହଜାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ବୈଷୟିକ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୨୮୦କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁୁ ସ୍କଲାରସିପ୍ ବାବଦରେ ୧୩୭୫କୋଟି, ସ୍କୁଲ ସ୍ଥାପନ ଓ ପରିଚାଳନା ପାଇଁ ୨୫୦କୋଟି, ନିରାମୟ ଯୋଜନାରେ ମାଗଣା ଔଷଧ ପାଇଁ ୩୦୪କୋଟି, ବସ୍ତିବାସିନ୍ଦାଙ୍କ ପାଇଁ ୨୫ହଜାର ବାସଗୃହ ନିର୍ମାଣ ପାଇଁ ୪୦୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ ହୋଇନଥିବାରୁ ମମତା ଯୋଜନାରେ ୨ଟି ପିଲା ଜନ୍ମ ପାଇଁ ସହାୟତା ନିମନ୍ତେ ୧୫୫କୋଟି ଟଙ୍କା, ଦିବ୍ୟାଙ୍ଗଙ୍କ ସାମାଜିକ ନିରାପତ୍ତା ପାଇଁ ୮୬୩କୋଟି ଟଙ୍କା, ଖାଦ୍ୟ ନିରାପତ୍ତା ଯୋଜନାରେ ୯୦୨କୋଟି ଟଙ୍କାର ପ୍ରାବଧାନ ହୋଇଛି । ଏସବୁ ବ୍ୟତୀତ ଭୁବନେଶ୍ୱର ଓ ରାଉରକେଲା ‘ସ୍ମାଟ ସିଟି ମିଶନ’କୁ ୪୦୦କୋଟି ଟଙ୍କା, ପୁରୁଷ ବିଶ୍ୱକପ୍ ହକି ପ୍ରତିଯୋଗିତା ନିମନ୍ତେ ଭୁବନେଶ୍ୱରରେ ପରିବହନ ବ୍ୟବସ୍ଥାର ସୁଧାର ନିମନ୍ତେ ୧୨୫କୋଟି ଟଙ୍କା, ଏୟାରଷ୍ଟ୍ରିପ୍ ଗୁଡ଼ିକ ବିକାଶ ପାଇଁ ୧୦୦କୋଟି ଟଙ୍କା, ବାଲୁକା କଳା ସଂଗ୍ରହାଳୟ ନିମନ୍ତେ ୨କୋଟି ଟଙ୍କା, ପର୍ଯ୍ୟଟନର ବିକାଶ ପାଇଁ ୨୧୩କୋଟି ଟଙ୍କା, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୫୦ହଜାର ହିତାଧିକାରୀଙ୍କୁ ମାସିକ ୧୨୦୦ଟଙ୍କା ଭତ୍ତା ପ୍ରଦାନ ନିମନ୍ତେ ୬୦କୋଟି ଟଙ୍କା, ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ୨୯କୋଟି ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୨୦୯୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top