Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏଲପିଜି ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଏଲପିଜି ସିଲିଣ୍ଡର ଓ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ମହିଳା କର୍ମୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ପ୍ରତିବାଦ ଜଣାଇଛନ୍ତି ।
ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପତ୍ତଳିକା ଦାହ କରିଥିଲେ । ଏହି ବିକ୍ଷୋଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦି ସରକାର ଓ ନବୀନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ମହିଳାଙ୍କ ସମେତ ଗରୀବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ୍ତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତ୍ତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି । ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକେ ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବାବେଳେ ମୋଦି ସରକାରଙ୍କ ପ୍ରୋତ୍ସାହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅଭିବୃଦ୍ଧି ଘଟିଛି । କିନ୍ତୁ ସେହି ଅନୁପାତରେ ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ ଅର୍ଥନୀତି ରୂପେ ପରିଗଣିତ ହେଉଛି । ଏହି ସମୟରେ ଲୋକଙ୍କର ରୋଜଗାର ଅତି ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଠିକ୍ ସେହି ସମୟରେ ପ୍ରତି ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ଶୈଳବାଳା ଜେନା, ନିରୁପମା ଦାସ, ନିରୁପମା ପାତ୍ର, ସ୍ମୃତିରେଖା ପହି, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କନକଲତା ମଲିକ, ଚୈତାଳି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରିୟା ସମ୍ବେଦନା, ରିତାଶ୍ରୀ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ଅନ୍ନପୁର୍ଣ୍ଣା ସାହୁ, ଶୋଭାସିଂ, ମୁନି ଥାପା, ଇସ୍‌ରତ ଜୱାର, ଚାରୁଲତା ସାହୁ, ଶ୍ରୀୟା ପଣ୍ଡା, ସୁପ୍ରିୟା ସେନାପତି, କିରଣ ମହାନ୍ତି, ଗାୟତ୍ରୀ ଶର୍ମାଙ୍କ ସମେତ ଅଶୋକ ଦାସ, ବିଶ୍ୱଜିତ ଦାସ, ଶିବାନନ୍ଦ ରାୟ, ଅଶୋକ ସାହୁ, ରଜନୀ ମହାନ୍ତି, ଶତ୍ରୁଘନ ବେହେରା, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ ଓ ଦେବରାଜ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top