ଓଡ଼ିଶାରେ ଚାଲିଛି ବାଘବଂଶ ବୃଦ୍ଧି ଯୋଜନା। ସେଥିପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ଆସିବେ ୫ ମହାବଳ ବାଘ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସୁଥିବା ୫ ମହାବଳ ବାଘକୁ ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ । ତେବେ ଆସିବାକୁ ଥିବା ମହାବଳ ଚିହ୍ନଟ ହେବା ସହ ଆଇନଗତ ପ୍ରକ୍ରିୟା ସରିଛି ।ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ ବୋଲି ସୂଚନା ମିଳିଛି ।


