ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହରୀ ଅପେକ୍ଷା ଏବେ ସଂକ୍ରମଣ ଅଧିକ ବେଗରେ ବ୍ୟାପୁଛି। ଏବେ ଠାରୁ ହିଁ ଦେଶର ସ୍ଥିତି ସାଂଘାତିକ ହୋଇଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କେନ୍ଦ୍ର ସରକାର ଲୋକଙ୍କୁ ଚେତାବନୀ ଓ ସତର୍କ କରାଇଛନ୍ତି।
ଭାରତରେ ଗତ ୨୪ ଘଣ୍ଟାରେ ପ୍ରାୟ ୯୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଥିଲା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବି ବଢ଼ୁଛି। ଏସବୁ ଭିତରେ ଆଜି ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ପୂର୍ବାପେକ୍ଷା ଏବେ କରୋନା ସଂକ୍ରମଣ ଅଧିବ ବେଗରେ ବ୍ୟାପୁଛି।


