Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେବଳ ବର୍ଷେ ଚାଲିଛି ‘ବିଜୁ ଯୁବ ବାହିନୀ’ଯୋଜନା,ଗତବର୍ଷ ଫେରିଛି ୯୮କୋଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଯୁବବର୍ଗଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୨୦୧୮ ମାର୍ଚ୍ଚ ୧୪ତାରିଖରେ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଥିବା ‘ବିଜୁ ଯୁବ ବାହିନୀ’ ଯୋଜନାର ଗତବର୍ଷଠୁ ଅକାଳ ମୃତ୍ୟୁ ହୋଇସାରିଛି । ଏହି ୪୫୦କୋଟି ଟଙ୍କାର ୩ବର୍ଷିଆ ଯୋଜନା ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ସରିବା ପରେ ନିଜର ଅସ୍ତିତ୍ୱ ହରାଇ ବସିଥିଲା । ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସହ ସେହିବର୍ଷ ଏହି ଯୋଜନାରେ ଆବଣ୍ଟିତ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଅବଶ୍ୟ ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବରାଦ ହୋଇନାହିଁ ବୋଲି ବିଧାନସଭାକୁ ସୂଚନା ଦେଇଥିବାବେଳେ ୨୦୧୯-୨୦ରେ ବି ଟଙ୍କାଟିଏ ଏହି ଯୋଜନାରେ ଖର୍ଚ୍ଚ ହୋଇନଥିବାକୁ ଚତୁରତାର ସହ ଏଡ଼ାଇ ଯାଇଛନ୍ତି ।
କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ ବିଜୁ ଯୁବ ବାହିନୀ ଏବେ କାର୍ଯ୍ୟକ୍ଷମ ନାହିଁ । ଚଳିତ ଆର୍ଥିକ ବର୍ଷ(୨୦୨୦-୨୧)ରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି ।
ତେବେ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୪୫୦କୋଟି ଟଙ୍କାର ଏହି ୩ବଷିଆ ଯୋଜନାକୁ ସରକାର ୨୦୧୯ ସାଧାରଣ ନିର୍ବାଚନ ପରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଏହି ଯୋଜନାକୁ ୩ବର୍ଷ ପର୍ଯ୍ୟନ୍ତ ଚଳାଇ ରଖିବାରେ ବିଭାଗର ଅପାରଗତା ଜଳଜଳ ହୋଇ ପଦାରେ ପଡ଼ିଥିଲା । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ୨୦୧୮-୧୯ରେ ୧୯୨.୭୩ କୋଟି, ୨୦୧୯-୨୦ରେ ୧୨୮.୮୭କୋଟି ଓ ୨୦୨୦-୨୧ରେ ୧୦୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ କରି ବିଜୁ ଯୁବ ବାହିନୀ ଯୋଜନାକୁ ଚଳାଇ ରାଜ୍ୟର ଗ୍ରାମାଂଚଳର ଯୁବବର୍ଗଙ୍କୁ ସାମଗ୍ରିକ ବିକାଶ କରାଯାଇଥାନ୍ତା । ଏହି ଯୋଜନାରେ ସମସ୍ତ ପଂଚାୟତ ଓ ପୌରାଂଚଳରେ ମୋଟ ୮ହଜାର ବିଜୁ ଯୁବ ବାହିନୀ ଗଠନ କରି ପ୍ରାୟ ୪ଲକ୍ଷ ଯୁବବର୍ଗଙ୍କୁ ଯୋଡ଼ିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଏହି ଯୋଜନାରେ ସମଗ୍ର ରାଜ୍ୟରେ ୭୧୭୪ଟି ଯୁବ ବାହିନୀ ଗଠନ ହୋଇ ମାତ୍ର ୨.୭୬ଲକ୍ଷ ଯୁବବର୍ଗଙ୍କୁ ସାମିଲ କରାଯାଇ ପାରିଥିଲା । ବିଭାଗୀୟ ଶୀର୍ଷ ଅଧିକାରୀମାନେ ଏହି ଯୋଜନାକୁ କେବଳ ବିଜେଡିକେନ୍ଦ୍ରିକ କରିବାରୁ ଏଥିରେ ସବୁ ବର୍ଗର ଯୁବକଯୁବତୀ ସାମିଲ ହେବାକୁ କୁଣ୍ଠାବୋଧ କରିଥିଲେ । ଯେଉଁଥିପାଇଁ ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକ ସରକାର ଆଗତ କରିଥିବା ୨୦୧୯-୨୦ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ୯୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ବି ସେହି ଯୋଜନାକୁ ଅଚାନକ ବନ୍ଦ କରାଯାଇ ସେହି ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅର୍ଥାତ୍ ବିଜୁ ଯୁବ ବାହିନୀ ଯୋଜନାରେ ମୋଟ ୧୦୦.୯୩କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତା’ପୁଣି କେବଳ ୨୦୧୮-୧୯ ଆର୍ଥିକ ବର୍ଷରେ । ଏହି ଟଙ୍କାକୁ କ୍ରୀଡ଼ା ବିଭାଗର ଅଧିକାରୀମାନେ ମନଇଚ୍ଛା ଖର୍ଚ୍ଚ କରିଛନ୍ତି । କ୍ରୀଡ଼ା ଉପକରଣ ବଣ୍ଟନ ନାଁରେ ୩୯କୋଟି, ‘ମୋ’ହିରୋ’ କାର୍ଯ୍ୟକ୍ରମରେ ୧୯.୩୫କୋଟି, ଯୁବ ସମାବେଶ ପାଇଁ ୧୮କୋଟି, ସାମାଜିକ କାର୍ଯ୍ୟ ପାଇଁ ୨୨.୯୫କୋଟି, ବ୍ଲକଠୁ ରାଜ୍ୟସ୍ତରର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଗଢ଼ି ସେଠାରେ ବିଜେଡି କର୍ମୀଙ୍କୁ ନିଯୁକ୍ତି ଦେଇ ଦରମା ବାବଦରେ ୮.୦୫କୋଟି ଟଙ୍କା ବ୍ୟୟ କରିଥିଲେ । ‘ବିଜୁ ଯୁବ ବାହିନୀ’ ଆଳରେ କ୍ରୀଡ଼ା ବିଭାଗର ଅଧିକାରୀମାନେ ନିଜର ପକେଟକୁ ଗରମ କରୁଥିବାର ବାରମ୍ବାର ଅଭିଯୋଗ ଆସିବା ଓ ସିଏଜିଙ୍କ ଅଡିଟ୍ ପାଇଁ ବିଭାଗ ଟାଳଟୂଳ ନୀତି ଆପଣାଇବା ପରେ ସରକାର ଏହି ଯୋଜନାକୁ ତୁରନ୍ତ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ଯୋଜନାକୁ ୨୦୧୯ ଅକ୍ଟୋବର ମାସରେ ବନ୍ଦ କରିବା ବଜେଟରେ ବ୍ୟୟବରାଦ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣାପଡ଼ିଛି ।
ତେଣୁ ‘ବିଜୁ ଯୁବ ବାହିନୀ’ ଯେ କେବଳ ନିର୍ବାଚନୀ ବୈତରଣୀ ପାର ହେବା ନିମନ୍ତେ ଉଦ୍ଦିଷ୍ଟ ଥିଲା ଓ ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ନିମନ୍ତେ ବିଜେଡି ସରକାର ରାଜକୋଷରୁ ୧୦୦କୋଟି ଟଙ୍କା ମନଇଚ୍ଛା ବାଣ୍ଟିଥିଲେ ତାହା ଏବେ ପ୍ରମାଣିତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top