Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘କୋଟିଆ’ରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଭେଳିକି: ସରକାରଙ୍କ ମିଛ ଧରାଇଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ୱେୟାର): କୋରାପୁଟ ଜିଲ୍ଲାର ବହୁଚର୍ଚ୍ଚିତ ‘କୋଟିଆ’ ପଂଚାୟତରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଦାଦାଗିରି ଓ ଓଡ଼ିଶା ସରକାରଙ୍କ ଅପାରଗତାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଥମିନଥିବାବେଳେ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି । କୋଟିଆ ପଂଚାୟତର ବିକାଶ ପାଇଁ ସେଠାରେ ୧୫୦କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ରାଜ୍ୟ ସରକାର ଗତମାସ ୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କୁହାଇଥିବାବେଳେ ଜିଲ୍ଲା ପ୍ରଶାସନ ଏସବୁକୁ ପରୋକ୍ଷରେ ଫାଙ୍କି ଦେଇଛି । କୋଟିଆ ପଂଚାୟତରେ ବିକାଶ କାର୍ଯ୍ୟ ନିମନ୍ତେ ୨୦୧୫ ମସିହାରୁ କୌଣସି ପ୍ରସ୍ତାବ କିମ୍ବା ଅଟକଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)କୁ ମିଳିନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ‘କୋଟିଆ’ ପଂଚାୟତର ବିକାଶ ପାଇଁ ଅନ୍ୟ କୌଣସି ବିଭାଗ ଦ୍ୱାରା ଅର୍ଥ ବ୍ୟୟବରାଦ ହୋଇଥିଲେ ତା’ର ବିବରଣୀ ମଧ୍ୟ ଜିଲ୍ଲା ପ୍ରଶାସନ ଦେଇନାହିଁ । ସେଠାରେ କୌଣସି ବିକାଶ କାର୍ଯ୍ୟ ପାଇଁ ଅର୍ଥ ଆବଣ୍ଟନ ହୋଇନାହିଁ ବୋଲି ଜିଲ୍ଲା ପ୍ରଶାସନ ପରୋକ୍ଷରେ ପ୍ରମାଣିତ କରିଛି ।
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ବହୁଚର୍ଚ୍ଚିତ କୋଟିଆ ପଂଚାୟତର ସାମଗ୍ରିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଉପରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୫ତାରିଖରେ କୋଟିଆ ପଂଚାୟତର ବିକାଶ କାର୍ଯ୍ୟର ସମୀକ୍ଷା କରି ସେହି ପଂଚାୟତ ନିମନ୍ତେ ୨୦୧୮ ମସିହାରୁ ୧୫୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହୋଇଛି ଓ ୧୮କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଥିବା ନେଇ ତାଙ୍କ ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନାର ସତ୍ୟାସତ୍ୟ ଜାଣିବାକୁ ଶ୍ରୀ ପ୍ରଧାନ କୋରାପୁଟ ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଥିଲେ । ଏପରିକି ଯଦି ତଥ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଥିବ ତା’ହେଲେ ଅନ୍ୟ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇବାକୁ ଶ୍ରୀ ପ୍ରଧାନ ଫେବୃୟାରୀ ୮ତାରିଖରେ ତାଙ୍କ ଆରଟିଆଇ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ । ତେବେ କୋରାପୁଟ ଡିଆରଡିଏ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଦେବବ୍ରତ ହାଲଦାରଙ୍କ ତଥ୍ୟ ଅନୁସାରେ କୋଟିଆ ପଂଚାୟତର ବିକାଶ କାର୍ଯ୍ୟ ପାଇଁ ୧୮କୋଟି ଓ ୧୫୦କୋଟି ଟଙ୍କା ଅନ୍ତର୍ଗତ କୌଣସି ପ୍ରସ୍ତାବ କିମ୍ବା ଅଟକଳ ୨୦୧୫ ମସିହାରୁ ମିଳିନାହିଁ । ସେପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୂଚନା ଅଧିକାରୀ ଏହି ତଥ୍ୟ ଦେବା ପାଇଁ ଅନ୍ୟ ବିଭାଗକୁ ନପଠାଇ ପରୋକ୍ଷରେ କୋଟିଆର ବିକାଶ ସଂକ୍ରାନ୍ତରେ ଜିଲ୍ଲାରେ କୌଣସି କାର୍ଯ୍ୟ ଚାଲିନଥିବା ପ୍ରମାଣିତ କରାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ସୀମାବର୍ତ୍ତୀ କୋଟିଆ ପଂଚାୟତର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଇବାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଥିଲା । ଫେବୃୟାରୀ ୫ତାରିଖରେ ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ସ୍ଥିତି ସମୀକ୍ଷା କରିବା ସହ କୋଟିଆକୁ ଆଦର୍ଶ ପଂଚାୟତ ଭାବେ ଗଠନ କରାଯିବ ଓ ଖୁବଶୀଘ୍ର ସେ କୋଟିଆ ଯିବେ ବୋଲି ଘୋଷଣା କରିଥିଲେ । କୋଟିଆ ପଂଚାୟତରେ ମୋଟ ୧୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଓ ମୁଖ୍ୟମନ୍ତ୍ରୀ ସେଦିନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୩କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୫କୋଟି ଟଙ୍କାର ଏକ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୂଚନା ଅଧିକାରୀ କର୍ମୀ ଶ୍ରୀ ପ୍ରଧାନ କହିଚନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ସେଦିନ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତଥ୍ୟ ମଗାଯାଇଥିଲା । କୋରାପୁଟ ଡିଆରଡିଏ କାର୍ଯ୍ୟାଳୟ ଏଭଳି ତଥ୍ୟ ଦପ୍ତରରେ ଉପଲବ୍ଧ ନାହିଁ ବୋଲି କହିଛନ୍ତି । ମଗାଯାଇଥିବା ସୂଚନାକୁ ଅନ୍ୟ ଦପ୍ତରକୁ ପଠାଇବାକୁ କୁହାଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ଏପରି କରିନାହାନ୍ତି । ଅର୍ଥାତ୍ କୋଟିଆରେ ୧୫୦କୋଟି ଖର୍ଚ୍ଚ ହୋଇନାହିଁ କିମ୍ବା ୧୮କୋଟି ଟଙ୍କା ମଞ୍ଜୁର ହୋଇନି । ଏହା କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୋଟିଆ ପଂଚାୟତର ବିକାଶକୁ ନେଇ ଯେଉଁ ତଥ୍ୟ ଦେଇଥିଲେ ତାହା ଠିକ୍ ନା କୋରାପୁଟ ଜିଲ୍ଲା ପ୍ରଶାସନ ନିଜର ଗୋଟିଏ ପଂଚାୟତ(କୋଟିଆ) ସଂକ୍ରାନ୍ତରେ ଦେଇଥିବା ତଥ୍ୟ ଠିକ୍ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top