Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଟିଆ ପରିସ୍ଥିତି ପାଇଁ ଉଭୟ ରାଜ୍ୟ ସରକାର ଦାୟୀ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋରାପୁଟର କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶର ଦାଦାଗିରି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଦାୟୀ କରିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିିନିଧି ଦଳ ଆଜି ବିବାଦୀୟ କୋଟିଆ ଅଂଚଳ ଗସ୍ତ କରି ସେଠାରେ ପରିସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତବେଳେ ସ୍ଥାନୀୟ ଅଂଚଳର ଅନେକ ଶିକ୍ଷିତ ଯୁବକ ଯୁବତୀ ଖୋଲାଖୋଲି ଭାବରେ ଏ ନେଇ ସେମାନଙ୍କର ମତ ଦେବା ସହ ଓଡ଼ିଶା ସରକାରଙ୍କର ଉଦାସୀନତା ନେଇ ପ୍ରତିନିଧିମଣ୍ଡଳ ଆଗରେ କ୍ଷୋଭ ବ୍ୟକ୍ତ କରିଛନ୍ତି । ଏହି ଅଂଚଳର ଶିକ୍ଷିତ ଯୁବତୀମାନଙ୍କ ପ୍ରତିନିଧି ଦଳ ମଧ୍ୟ ଆଜି ପିସିସି ସଭାପତିଙ୍କୁ ଚାରିଦଫା ଦାବି ସମ୍ବଳିତ ଦାବିପତ୍ର ଦେଇଥିଲେ । ଯେଉଁ ଦାବିରେ କୋଟିଆ ଅଂଚଳର ଶିକ୍ଷିତ ଯୁବକଯୁବତୀ ମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ସହ ନିଯୁକ୍ତି ଦେବା । ଏ ଅଂଚଳରେ ବେଆଇନ ଭାବରେ ଲୋକଙ୍କ ନିଜ ଜମି ଉପରେ ସରକାର କରିଥିବା ମେଡିକାଲ, ଅଙ୍ଗନାୱାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟ ମାନଙ୍କରେ ଜମିହରା ପରିବାର ସଦସ୍ୟଙ୍କୁ ନିଯୁକ୍ତି, ବୋହିଯାଉଥିବା ଝରଣାର ଜଳକୁ ବ୍ୟବହାର କରି କୃଷି ଏବଂ କୃଷକର ଉନ୍ନତି ନିମନ୍ତେ ସୁବନ୍ଦୋବସ୍ତ ଏବଂ ପ୍ରତ୍ୟେକ ସ୍କୁଲରେ ନିୟମିତ ଶିକ୍ଷାଦାନ କରିବା ପାଇଁ ଦାବି ରଖିଥିଲେ ।
କୋଟିଆ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କୋଟିଆ ଅଂଚଳ ୧୯୩୬ ମସିହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଠାରୁ ଓଡ଼ିଶାରେ ହିଁ ରହିଛି ଓ ରହିବ ମଧ୍ୟ । କୋଟିଆ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବାପାଇଁ କଂଗ୍ରେସ ସବୁ ପ୍ରକାର ଉଦ୍ୟମ କରିବ । ଦୀର୍ଘବର୍ଷ ଧରି କୋଟିଆ ଅଂଚଳରେ ଆନ୍ଧ୍ର ଏବଂ ଓଡ଼ିଶାର ସୀମା ନିର୍ଦ୍ଧାରଣ ହୋଇନଥିଲା ବେଳେ ୧୯୬୮ ମସିହାରୁ ଏକ କେସ୍ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ମାତ୍ର ଏବର୍ଷ ଆନ୍ଧ୍ର ପ୍ରଶାସନ, ଓଡ଼ିଶାର ୨୧ଟି ରାଜସ୍ୱ ଗ୍ରାମକୁ ନେଇ ଗଠନ କରିଥିବା ତିନୋଟି ପଂଚାୟତ ଯଥା ପାଟସିନେରୀ, ଫଗୁସିନେରୀ, ତଳଗଞ୍ଜେଇପଦର ଏହିଭଳି ତିନୋଟି ଗ୍ରାମ ପଂଚାୟତ ଗଠନ କରି ନିର୍ବାଚନ କରଛନ୍ତି । ଯାହାକୁ ନେଇ କଂଗ୍ରେସ ଉଦ୍‌ବେଗ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜ୍ଞାନଦେବ ବେଉରା, ପ୍ରଦୀପ ମାଝୀ, ରାୟଗଡ଼ା ଜିଲ୍ଲା ସଭାପତି ଦୁର୍ଗପ୍ରସାଦ ପଣ୍ଡା, କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ମାଲକାନଗିରୀ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,
ପୂର୍ବତନ ବିଧାୟକ ଭୂଜବଳ ମାଝୀ, ସଦନ ନାୟକ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏବଂ ଅନ୍ୟମାନେ ସାମିଲ ଥିଲେ । ଏହି ସମୟରେ ଶହ ଶହ ଆଦିବାସୀ ମହିଳା ଏବଂ ପୁରୁଷ ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ କଂଗ୍ରେସ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top