Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଗୋଟିଏ ମିସଡ୍ କଲ୍ ଦେଲେ ଘରେ ପହଂଚିବ ଗ୍ୟାସ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଉପହାର ଅନ୍ତର୍ଗତ ଗୋଟିଏ ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ଆଜି ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି ।
ଆଜି ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସଡ୍ କଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଇଜ୍ ଅଫ୍ ଲିଭିଂକୁ ପ୍ରଧାନମନ୍ତ୍ରୀ ମୋଦି ସର୍ବାଧିକ ପ୍ରାଥମିକତା ଦେଇଥିବାବେଳେ ଆଜି ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ । ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର । ତେବେ ଖୁବଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକମାନଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ଅନେକ ଲୋକ ପରିହାସ କରୁଥିବାବେଳେ ଏବେ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ସମ୍ପନ୍ନ ଘର ଲୋକଙ୍କ ପାଖରେ ଏହି ଅତ୍ୟାଧୁନିକ ସୁବିଧା ପହଁଚାଇବା ନୁହେଁ ବରଂ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ । ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି । ସମସ୍ତଙ୍କ ଘରେ ଗ୍ୟାସ ଉପଲବ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ । ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବାବେଳେ ଏବେ କିନ୍ତୁ ମୋଦି ସରକାରରେ ଏହା ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଁଚିଛି । ଖୁବଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ । ଏହା ହିଁ ମୋଦିଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନର ଶୁଭାରମ୍ଭ କରିଛନ୍ତିା ସେହିପରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ‘ଏକ୍ସପି ୧୦୦’ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ ମଧ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top