Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଗୋଲକ ହାଜର ହେଲେ, ତଥାପି ସସପେନ୍ସ

ଭୁବନେଶ୍ୱର : ବିଜେଡି କାଉନସିଲ ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ଛତ୍ରପୁର ପୁଲିସ୍ ଜେରା କରିଛି । ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଏକ ୪୦ଜଣିଆ ଟିମ୍ ସହ ଗୋଲକ ଆଜି ଛତ୍ରପୁରରେ ପହଂଚିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ଥାନାକୁ ଯାଇଥିଲେ । ଦିନ ପ୍ରାୟ ସାଢ଼େ ୧ଟା ସମୟରେ ସେ ଥାନାରେ ପ୍ରବେଶ କରିଥିଲେ । ଥାନା ଭିତରେ ସେ ୪୫ମିନିଟ୍ ରହିଥିଲେ ମଧ୍ୟ ପୁଲିସ୍ ତାଙ୍କୁ ୧୦ରୁ ୧୫ମିନିଟ୍ ଜେରା କରିଥିବା ସ୍ଥାନୀୟ ଅତିରିକ୍ତ ଏସ୍ପି ରମେଶ ସେଠୀ ସୂଚନା ଦେଇଛନ୍ତି । ଲକ୍ଷ୍ମୀଦତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଗୋଲକଙ୍କୁ ଆଇପିସି-୧୬୧ରେ ବୟାନ ରେକର୍ଡ କରାଇବା ପାଇଁ ହାଜର ହେବାକୁ ପୁଲିସ୍ ନୋଟିସ୍ ଜାରି କରିଥିଲା । ତେବେ ଥାନାରୁ ବାହାରିବା ପରେ ଗୋଲକ କହିଚନ୍ତି ଯେ ଆଜି ଜେରା ଶେଷ ହୋଇଛି । ପୁଲିସ୍ ଯାହା ପଚାରିଲା ତା’ର ଉପଯୁକ୍ତ ଉତର ରଖିଛି । ଭବିଷ୍ୟତରେ ଯଦି ପୁଲିସ୍ ଡାକେ ସିଏ ଆସିବେ ଓ ତଦନ୍ତରେ ସହଯୋଗ କରିବେ । କିନ୍ତୁ ଅତିରିକ୍ତ ଏସ୍ପି ଶ୍ରୀ ସେଠୀ କହିଛନ୍ତି ଯେ ଜେରା ଆଜି ମଧ୍ୟ ହେବ । ଶ୍ରୀ ମହାପାତ୍ର ମଧ୍ୟାହ୍ନ ଭୋଜନରେ ଯିବା ପାଇଁ ୨ଘଂଟା ସମୟ ଦେବାକୁ ନିଜ ଓକିଲ ମାଧ୍ୟମରେ ପୁଲିସଠାରୁ ଲିଖିତ ଅନୁମତି ଲୋଡ଼ି ବାହାରକୁ ଯାଇଛନ୍ତି । ତାଙ୍କ ଫେରିବାକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ଗୋଲକ ମହାପାତ୍ର ଦୋଷୀ ବୋଲି ବିଜେଡି କହିନାହିଁ । ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ । ବିଜେପି ଏବେ ଭୟଭୀତ ହୋଇପଡ଼ିଛି । ଗୋଲକ ଶୋଭାଯାତ୍ରାରେ ଥାନାକୁ ଯିବା ଘଟଣାକୁ ବିଜେଡି ନିନ୍ଦା କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ଦଳର ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top