Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚୋରଙ୍କ କବଳରୁ ଆପାର୍ଟମେଣ୍ଟକୁ ଜଗିବ ଆଇପି କ୍ୟାମେରା

ଦିନକୁ ଦିନ ଟୁଇନସିଟିରେ ଥିବା ଆପାର୍ଟମେଣ୍ଟରେ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବା ପାଇଁ ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ଏଣିକି ଲାଗିବ କ୍ୟାମେରା । ଏବେ ଆପାର୍ଟମେଣ୍ଟକୁ ଜଗିବ କ୍ୟାମେରା । ଟୁଇନସିଟିର ସମସ୍ତ ଆପାର୍ଟମେଣ୍ଟରେ ଇଣ୍ଟରନେଟ୍ ପ୍ରୋଟୋକଲ୍ (ଆଇପି) କ୍ୟାମେରା ଲାଗିବ । ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ଏହି କ୍ୟାମେରା ଲଗାଇବାକୁ କମିଶନରେଟ୍ ପୁଲିସ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ. ଦେବଦତ୍ତ ସିଂ ।ପୁଲିସ କମିଶନର ଏସ. ଦେବଦତ୍ତ ସିଂ. କହିଛନ୍ତି ୨୦୨୪ରେ ଟୁଇନ୍‌ ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨୯ ଜଣଙ୍କୁ ଗିରଫ କରାଯାଇଛି ।

ଦିନକୁ ଦିନ ହେଉଥିବା ଚୋରିକୁ ରୋକିବାକୁ ଆଇପି ଯୁକ୍ତ କ୍ୟାମେରା ଲଗାଇବାକୁ ଆପାର୍ଟମେଣ୍ଟର ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଆପାର୍ଟମେଣ୍ଟରେ ପ୍ରସ୍ଥାନ ଓ ପ୍ରବେଶ ପଥରେ ଆଇପି କ୍ୟାମେରା ଲଗାଇବେ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ । ଏହାର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସର କଣ୍ଟ୍ରୋଲ୍ ରୁମ୍‌କୁ ଦେବେ । ଏହା ଦ୍ୱାରା ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଆଉ ଏଥିପାଇଁ ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରାଯାଇଛି। ଫଳରେ ଚୋରି ମାମଲା ରୋକାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି ।

ଏହା ସହ ଏହି ସଂପର୍କରେ ଅଧିକ ମତାମତ ଦେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟସ୍ ଆପ୍ ନମ୍ବର (୭୦୭୭୭୯୮୧୧୧) ମଧ୍ୟ ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top