ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ କରିବେ ଶୁଣାଣି। ଜୁଲାଇ ୧ ତାରିଖ ଦିନ ୧୧ଟା ସମୟରୁ ୟୁନିଟ-୫ ସ୍ଥିତ ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସୂଚନା ମୁତାବକ, ଜୁଲାଇ ୧ ତାରିଖରୁ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ଜୁଲାଇ ୧ତାରିଖ ଦିନ ୯ଟା ରୁ ୧୨ଟା ପର୍ଯ୍ୟନ୍ତ ସମୟ ରହିଛି ।
ଏଣୁ ରାଜ୍ୟର ସମସ୍ତ ଜନସାଧାରଣମାନଙ୍କୁ ଜଣାଇଦିଆଯାଉଛି କଯେ ଆଗ୍ରହୀ ବ୍ୟକ୍ତିମାନେ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜିକରଣ କରାଇ ଅଭିଯୋଗଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ପାରିବେ ।ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିବ। ସେଠାରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ।


