ବିଜେଡି ପ୍ରଥମିକ ସଦସ୍ୟ ପଦରୁ ବୁଧବାର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଇସ୍ତଫା ଦେବା ପରେ ଆଜି ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ BJDର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ମିଳିଥିବା ବେଳେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ BJD ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଏନେଇ ଆଜି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିରୁ ଲାଗୁଛି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଇସ୍ତଫା ଗ୍ରହଣ କରିନି ବିଜେଡି, ଏବଂ ତାଙ୍କୁ ବଡ ପଦରେ ଥଇଥାନ କରି ଭୋଟ ବିଭାଜନକୁ ଅଟକାଇବାକୁ ପ୍ରୟାସ କରୁଛି।


