Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଡାଳିମ୍ବ ଚୋପାର ଉପକାରିତା

ଡାଳିମ୍ବ ରସଯୁକ୍ତ ମଞ୍ଜିରେ ଭରପୁର ଥାଏ । ଏହା ଯେମିତି ସ୍ୱାଦିଷ୍ଟ ଲାଗେ ଠିକ୍ ସେମିତି ଏଥିରେ ଲାଭକାରୀ ଗୁଣ ମଧ୍ୟ ଭରପୁର ରହିଛି । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢ଼ାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଡାଳିମ୍ବ ଖାଇ ଶରୀରର ଦୁର୍ବଳତାକୁ ଦୂର କରାଯାଇପାରିବ । ଡାଳିମ୍ବ ରସ ମଧ୍ୟ ଅନେକ ରୋଗ ଭଲ କରିବାରେ ପ୍ରଭାବଶାଳୀ ହୋଇଥାଏ । ଯଦି ଆପଣ ଡାଳିମ୍ବ ଖାଉଛନ୍ତି ତେବେ ଏଥିରେ ଥିବା ଗୁଣ ମଧ୍ୟ ଜାଣି ରଖନ୍ତୁ । ଏଥିରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ ମିଳିଥାଏ ।

ଡାଳିମ୍ବରେ ଭଲ ପରିମାଣର ଆଇରନ୍ ମଧ୍ୟ ଥାଏ । କିନ୍ତୁ ଡାଳିମ୍ବ ସହିତ ଏହାର ଚୋପା ମଧ୍ୟ ଲାଭଦାୟକ । ଆମେ ଡାଳିମ୍ବ ଚୋପାକୁ ଅଳିଆ ବୋଲି ଭାବି ଫିଙ୍ଗି ଦେଉ, କିନ୍ତୁ ଡାଳିମ୍ବ ଚୋପାର ଚା’ ପିଇବା ଦ୍ବାରା ମୋଟାପଣ ହ୍ରାସ କରାଯାଇପାରିବ ଏବଂ ଶରୀରରୁ ହାଇ କୋଲେଷ୍ଟ୍ରଲ ହ୍ରାସ ହେବାରେ ସାହାଯ୍ୟ ମିଳିବ ।ଡାଳିମ୍ବ ଚୋପା ବାହାର କରି ଲୋକେ ଏହାର ମଞ୍ଜିକୁ ଖାଇଥାନ୍ତି । ଡାଳିମ୍ବ ଜୁସ୍ ପିଇବା ପାଇଁ ମଧ୍ୟ ଲୋକମାନେ ଏହାର ଚୋପାକୁ ଛଡ଼ାଇଥାନ୍ତି ।

ଡାଳିମ୍ବ ଚୋପାକୁ ସାଧାରଣତଃ ଲୋକମାନେ ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ଡାଳିମ୍ବ ଚୋପାର ଉପକାରିତା ବିଷୟରେ ଜାଣିବେ ଏହାକୁ ଫୋପାଡ଼ିବା ପରିବର୍ତ୍ତେ ଭଲ ଭାବେ ବ୍ୟବହାର କରିପାରିବେ । ତେବେ ଡାଳିମ୍ବ ଚୋପା କିପରି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । ଚା’ ତିଆରି କରିବା ପାଇଁ ଡାଳିମ୍ବ ଚୋପାକୁ ନେଇ ସଫା ପାଣିରେ ଧୋଇ ଦିଅନ୍ତୁ । ପରେ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ଡାଳିମ୍ବ ଚୋପାକୁ ଖରାରେ ଶୁଖାନ୍ତୁ । ଚୋପା ଶୁଖିଗଲେ ସେଗୁଡିକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ । ଏହାକୁ ଏକ ଡବାରେ ଭରି ନିଅନ୍ତୁ । ଏବେ ଚା’ ତିଆରି କରିବା ସମୟରେ ଡାଳିମ୍ବ ଚୋପାକୁ ସେହି ପାଣିରେ ପକାଇ ଫୁଟାନ୍ତୁ । ପରେ ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଛାଣିବା ପରେ ଚା’ ପରି ଗରମ ଗରମ ପିଅନ୍ତୁ ।

ଡାଳିମ୍ବ ଚୋପାର ଉପକାରିତା :

ହୃଦୟକୁ ସୁସ୍ଥ ରଖେ- ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ତେଣୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡାଳିମ୍ବ ଚୋପା ବ୍ୟବହାର କରି କୋଲେଷ୍ଟ୍ରଲ ହ୍ରାସ କରାଯାଇପାରିବ । ଯେଉଁଥିପାଇଁ ହୃଦଘାତର ଆଶଙ୍କା କମିଯାଏ ।ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବ- ଡାଳିମ୍ବରେ ଭିଟାମିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହି ଚା’ ପିଇବା ଦ୍ୱାରା ଆପଣ ଅନେକ ରୋଗରୁ ବଞ୍ଚି ପାରିବେ । ଡାଳିମ୍ବରେ ପଲିଫେନୋଲ୍ସ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ଓଜନ ହ୍ରାସ- ଡାଳିମ୍ବ ଚୋପା ଚା’ ଓଜନ ହ୍ରାସ କରିବାରେ ଲାଭଦାୟକ ପ୍ରମାଣିତ । ମେଦବହୁଳତାର ଶିକାର ହୋଇଥିବା ଲୋକମାନେ ଦିନକୁ ଥରେ ଡାଳିମ୍ବ ଚୋପା ଚା’ ପିଇବା ଉଚିତ୍ । ଏହି ଚା’ ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଏକ୍ସଟ୍ରା ଫ୍ୟାଟ୍ କମିଯାଏ ।ଆଲଜାଇମର ବିପଦ କମିବ – ଡାଳିମ୍ବ ଚୋପାରେ ଏମିତି ତତ୍ବ ଥାଏ ଯାହା ଆଲଜାଇମର ବିପଦକୁ ହ୍ରାସ କରିଥାଏ । ଅନେକ ଅଧ୍ୟୟନରେ ଜଣାପଡିଛି ଯେ ଡାଳିମ୍ବ ଚୋପାରେ ଆଣ୍ଟି-ନ୍ୟୁରୋଡିଜେନେରେଟିଭ୍ ତତ୍ବ ଥାଏ ଯାହା ଆଲଜାଇମର ପରି ସମସ୍ୟାର ଆଶଙ୍କାକୁ କମାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top