Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିନକୁ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟୀକା, ଜିଲ୍ଲାକୁ ଟାର୍ଗେଟ୍ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା କରୋନା ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ସମେତ ସମସ୍ତ ୩୦ ଜିଲ୍ଲା ପାଇଁ ଟାର୍ଗେଟ୍ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟବ୍ୟାପୀ ଦୈନିକ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟୀକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ଜିଲ୍ଲାରେ ଦୈନିକ କେତେ ଟୀକା ପ୍ରଦାନ କରାଯିବ ତାହାର ଟାର୍ଗେଟ୍ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ ଘରୋଇ ହସ୍ପିଟାଲକୁ କୋଭିଡ୍ ଟୀକାକରଣ କେନ୍ଦ୍ର ଭାବେ ଉପଯୋଗ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ୪୬ଲକ୍ଷ ୩୨ହଜାର ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟୀକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଦୈନିକ ୧ଲକ୍ଷ ଲୋକଙ୍କୁ ଟୀକା ପ୍ରଦାନ କରାଯିବ । କଟକ ଜିଲ୍ଲାରେ ସର୍ବାଧିକ ୨ଲକ୍ଷ ୮୯ହଜାର ୬୪୨ଜଣ, ମୟୂରଭଞ୍ଜରେ ୨ଲକ୍ଷ ୭୮ହଜାର ୮୪ଜଣ, ବାଲେଶ୍ୱରରେ ୨ଲକ୍ଷ ୫୬ହଜାର ୯୯ଜଣ, ସୁନ୍ଦରଗଡ଼ରେ ୨ଲକ୍ଷ ୩୧ହଜାର ୩୬ଜଣ, ଭୁବନେଶ୍ୱରରେ ୧ଲକ୍ଷ ୪୧ହଜାର ୪୦୦ଜଣଙ୍କୁ ଟୀକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଭୁବନେଶ୍ୱରରେ ଦୈନିକ ୩ହଜାର, କଟକରେ ୬୨୫୬ଜଣ, ଖୋର୍ଦ୍ଧାରେ ୨୩୧୩ଜଣ, ଯାଜପୁରରେ ୪୨୯୫ଜଣ, ଜଗତସିଂହପୁରରେ ୨୭୧୦ଜଣ, ସୁନ୍ଦରଗଡ଼ରେ ୪୯୯୦ଜଣ ଓ ବାଲେଶ୍ୱରରେ ଦୈନିକ ୫୫୩୨ଜଣଙ୍କୁ କୋଭିଡ୍ ଟୀକା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top