Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦ୍ୱନ୍ଦ୍ୱରେ ବିଜେଡି: ଏବେ ଗୀତା ମେହେଟ୍ଟାଙ୍କୁ ମଇଦାନକୁ ଆଣିଲା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଉ ଦିନ କେଇଟା ପରେ ୨୪ବର୍ଷରେ ପାଦ ୍‌ଥାପିବାକୁ ଥିବା ବିଜେଡି ପ୍ରଥମଥର ପାଇଁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସକ୍ରିୟ ଭୂମିକାକୁ ନେଇ ମୁହଁ ଖୋଲିଛି । ଗୀତାଙ୍କ ପରାମର୍ଶରେ ବିଜେଡି ସରକାର ଚାଲୁଛି ବୋଲି ତୃତୀୟ ମହଲାର ବିଶ୍ୱସ୍ତ ବରିଷ୍ଠ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାର୍ବଜନୀନ କାର୍ଯ୍ୟକ୍ରମରେ ନିଜଆଡ଼ୁ କହିଛନ୍ତି । ଦଳର ଜନ୍ମ ପରଠୁ ଏପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବି ଗୀତା ମେହେଟ୍ଟାଙ୍କ ସକ୍ରିୟ ଭୂମିକାକୁ ନେଇ ମୁହଁ ଖୋଲୁନଥିବା ବିଜେଡି କାହିଁକି ପ୍ରଥମଥର ପାଇଁ ତାଙ୍କୁ ମଇଦାନକୁ ଓହ୍ଲାଇଲା ତାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଜୁଙ୍କ ଆଦର୍ଶ ଓ ସ୍ୱପ୍ନକୁ ସାକାର ଉଦ୍ଦେଶ୍ୟରେ ଗଠନ ହୋଇଥିବା ବିଜେଡି ଏବେ ନବୀନବାଦ ଆଡ଼କୁ ଅଗ୍ରସର ହେଉଥିବାବେଳେ ଅଚାନକ ଗୀତାଙ୍କର ସରକାରରେ ଭୂମିକାକୁ ନେଇ ତୃତୀୟ ମହଲାର ବିଶ୍ୱସ୍ତ ନେତା ଶ୍ରୀ ଆରୁଖ ମନ୍ତବ୍ୟ ଦେବା ବିଜେଡିରେ ରହିଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭଞ୍ଜନଗର ବ୍ଲକର ଦଦରାଲୁଣ୍ଡାଠାରେ ଆୟୋଜିତ ସ୍ୱଚ୍ଛତା ଓ ପରିବେଶ ସଚେତନତା ସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ମନ୍ତ୍ରୀ ଆରୁଖ କହିଥିଲେ ଯେ, କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ଓ ଆଗାମୀ ଦିନରେ ଓଡ଼ିଶା କରୋନାମୁକ୍ତ ହେବ । ଆମେରିକାରେ ରହୁଥିବା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କଠୁ କରୋନାର ଭୟାବହତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବାକୁ ପାଇଥିଲେ । ଆଉ ଗୀତା ମେହେଟ୍ଟାଙ୍କ ପରାମର୍ଶ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଆରୁଖ କହିଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ନବୀନ ନିଜର ବଡ଼ଭଉଣୀ ଗୀତାଙ୍କୁ ଅତ୍ୟଧିକ ସମ୍ମାନ ଓ ଶ୍ରଦ୍ଧା କରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଅନେକ ସମୟରେ ଶୁଣିବାକୁ ମିଳିଥାଏ । କିନ୍ତୁ ଗୀତା କେବେବି ଆଜିପର୍ଯ୍ୟନ୍ତ ବିଜେଡି କିମ୍ବା ସରକାରର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ କିମ୍ବା କରିଥିବାର ନଜିର ବି ନାହିଁ । ଯେହେତୁ ତୃତୀୟ ମହଲାର ବିଶ୍ୱସ୍ତ ଭାବେ ଜଣାଶୁଣା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଏଭଳି ବୟାନ ଦେଇଛନ୍ତି, ନିଶ୍ଚିତ ଭାବେ ତାହା ପଛରେ କିଛି ଉଦ୍ଦେଶ୍ୟ ବା ରଣନୀତି ଥିବ । ଏଭଳି ମନ୍ତବ୍ୟ ସର୍ବସାଧାରଣରେ ଦେବା ପାଇଁ ତାଙ୍କୁ କୁହାଯାଇଥିବ । ନଚେତ୍ ଶ୍ରୀ ଆରୁଖଙ୍କ ଭଳି ନେତାଙ୍କ ପାଟିରୁ ଏଭଳି ବୟାନ ଆସିବା ସହଜ କଥା ବି ନୁହେଁ । ଅବଶ୍ୟ ଗୀତାଙ୍କ ଭୂମିକାକୁ ନେଇ ସର୍ବସାଧାରଣରେ ବୟାନବାଜି ବିଜେଡି ଇତିହାସରେ ପ୍ରଥମ ।
ଉଲ୍ଲେଖଯୋଗ୍ୟ, ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଗତ କିଛିବର୍ଷ ଧରି ଚର୍ଚ୍ଚା ଚାଲିଥିବାବେଳେ ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ତଥା
ଏହା ଓଡ଼ିଶାବାସୀଙ୍କ ଦଳ ଓ ଓଡ଼ିଶାବାସୀ ହିଁ ଏହାର ମାଲିକ ବୋଲି କହି ନବୀନ ପଟ୍ଟନାୟକ ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ଦଳର ଭବିଷ୍ୟତକୁ ନେଇ ନେତାମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ପ୍ରତିଷ୍ଠା ଦିବସ ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ଓ କାର୍ଯ୍ୟ ପରିଷଦ ବୈଠକ ଡାକି ଦଳର ସମ୍ବିଧାନକୁ ସଂଶୋଧନ କରାଇ ସଂଗଠନ ସମ୍ପାଦକ ପଦବୀକୁ ଆନୁଷ୍ଠାନିକ ମାନ୍ୟତା ଦେବା ସହ ପ୍ରଣବପ୍ରକାଶ ଦାସଙ୍କୁ ଦଳର ଦ୍ୱିତୀୟ ମୁଖ୍ୟ ଭାବେ ଉପସ୍ଥାପିତ କରିବାର ରଣନୀତି ପ୍ରସ୍ତୁତ ହୋଇଛି । ଯାହାକୁ ନେଇ ଦଳରେ ଏବେ ଚାପା ଅସନ୍ତୋଷ ଦେଖାଦେଇଥିବାବେଳେ ତାକୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଓ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ପାଇଁ ଗୀତା ମେହେଟ୍ଟାଙ୍କ ଭୂମିକାକୁ ନେଇ ସାର୍ବଜନୀନ ବୟାନ ଆସିଛି ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top