Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଞ୍ଜାବର ରୋମାଞ୍ଚକର ବିଜୟ

ମୁମ୍ୱାଇ: ଚଳିତ ଆଇପିଏଲରେ ପୁଣି ଥରେ ଗୋଟିଏ ମ୍ୟାଚ ଶେଷ ଓଭର ଯାଏ ଯାଇଛି। ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜସ୍ଥାନ ରୟାଲ୍ସ ଶେଷରେ ୫ ରନ୍ କରି ନପାରି ପଞ୍ଜାବ କିଙ୍ଗସ ପାଖରୁ ହାରିଛି। ଆଉ ବେକାର ଯାଇଛି ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକୀୟ ଇନିଂସ। ଆଇପିଏଲ୍ ୨୦୨୧ର ଚତୁର୍ଥ ମ୍ୟାଚରେ ସଞ୍ଜୁ ସାମସନ୍ ମ୍ୟାଚର ଶେଷ ପର‌୍ୟ୍ୟନ୍ତ ଜିତିବା ପାଇଁ ପଡ଼ିଆରେ ରହିଥିଲେ ମଧ୍ୟ ତାଙ୍କର ଶତାକୀୟ ଇନିଂସ ରାଜସ୍ଥାନ ରୟାଲ୍ସକୁ ଜିତାଇ ପାରିନଥିଲା। ୧୨ଟି ଚୌକା ଓ ୭ଟି ଛକା ସହାୟତାରେ ୬୩ ବଲରେ ସାମସନ୍ ୧୧୯ ରନ୍ ସଂଗ୍ରହ କରିଥିଲେ। ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ।

ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ଚମତ୍କାର ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ପଞ୍ଜାବ ୨୨୧ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ୭ଟି ଚୌକା ଓ ୫ଟି ଛକା ମାରି ୫୦ ବଲରେ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥି ସହିତ ଦୀପକ ହୁଡା ୨୮ ବଲରୁ ୬୪ ରନ୍ କରିଥିଲେ।

ଏହାର ଜବାବରେ ୨୨୨ର ବିଶାଳ ଟାର୍ଗେଟ ପିଛା କରି ରାଜସ୍ଥାନ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଆରମ୍ଭରୁ ଝୁଣ୍ଟିଥିଲା। ଆଉ ପ୍ରଥମ ଓଭରର ତିନି ନମ୍ୱର ବଲରେ କୌଣସି ରନ ନକରି ଷ୍ଟୋକ୍ସ ୱିକେଟ୍ ହରାଇଥିଲେ। ଏହା ପରେ ମନନ ବୋହରା ମଧ୍ୟ ଅଳ୍ପ ସମୟ ଖେଳି ପାଭିଲିଅନକୁ ଫେରିଯାଇଥିଲେ। ଏହା ପରେ ବଟଲର ଓ କ୍ୟାପଟେନ ସାମସନଙ୍କ ମଧ୍ୟରେ ୪୫ ରନ୍ ଭାଗିଦାରୀ ହୋଇଥିଲା। ୨୫ ରନ୍ କରି ଜୋ ରିଚାର୍ଡସନଙ୍କ ବଲରେ ବଟଲର ଆଉଟ୍ ହାଇଥିଲେ। କିନ୍ତୁ ସାମସନ ଶେଷ ପର‌୍ୟ୍ୟନ୍ତ କ୍ରିଜରେ ଥିଲେ ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। ପଞ୍ଜାବରୁ ଅର୍ଶଦୀପ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top