Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତକୁ ଡରି ଦାମୀ ଓକିଲ ଦେଇଛନ୍ତି ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ସବୁଠୁ ଦାମିକିଆ ଓକିଲ ଇସି ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୫ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ପରୀ ହତ୍ୟାକାଣ୍ଡରେ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ୪ ସପ୍ତାହ ସମୟ ମାଗିଛନ୍ତି । ପରୀର ହତ୍ୟା ଓ ଅଙ୍ଗ ତସ୍କରୀର ସିବିଆଇ ତଦନ୍ତକୁ ଅଟକାଇବା ନିମନ୍ତେ ରାଜ୍ୟ ସରକାର ଜାଣିଶୁଣି ଦେଶର ଦାମୀ ଓକିଲ ଇସି ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି । ସିବିଆଇ ଆସିଲେ ସତ୍ୟ ଉନ୍ମୋଚିତ ହେବ ଓ ଏଥିପାଇଁ ରାଜ୍ୟ ସରକାର ଭୟଭୀତ ହୋଇ ଦାମୀ ଓକିଲଙ୍କୁ ସୁପ୍ରିମକୋର୍ଟରେ ଲଢ଼ିବା ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ବିଜେପି କହିଛି । ଜାନୁଆରୀ ୧୪ ତାରିଖରେ ପରୀ ସମେତ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ପରୀର ମା ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବୃଆରୀ ୨୨ ସୁଦ୍ଧା ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ଏହି କେସର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ନୟାଗଡ଼ ଜୁଭେନାଇଲ୍ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି । ହେଲେ ରାଜ୍ୟ ସରକାର ଫେବୃଆରୀ ୨୨ରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନରଖି ଓଲଟା ଆହୁରି ୪ ସପ୍ତାହ ମହଲତ ମାଗିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ରାଜ୍ୟ ସରାକର ଜୁଭେନାଇଲ୍‌
କୋର୍ଟରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚାର୍ଜସିଟ୍ ଦାଖଲ କରି ଅଭିଯୁକ୍ତକୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଏହା ପର୍ଯ୍ୟାପ୍ତ ବୋଲି କହୁଥିବାବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ବିଜେପି ନେତ୍ରୀ ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା ଲଢ଼ିବା ପାଇଁ ରାଜ୍ୟ ସରକାର ଯେଉଁ ଓକିଲ ଶ୍ରୀ ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି ତାଙ୍କୁ ପୂର୍ବରୁ ରଥଯାତ୍ରା ନକରାଇ ଦେବା ଲାଗି ସୁପ୍ରିମକୋର୍ଟରେ ମାମଲା ଲଢ଼ିବା ନିମନ୍ତେ ନିଯୁକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଇସି ଅଗ୍ରୱାଲ ସୁପ୍ରିମକୋର୍ଟରେ ମିଥ୍ୟା ତଥ୍ୟ ରଖି ରଥଯାତ୍ରା ନକରାଇବା ଲାଗି ଓକିଲାତି କରିଥିଲୋ ପରବର୍ତ୍ତୀ କାଳରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ରାଜ୍ୟ ସରକାର ଏହି କେସ୍ ହାରିଲେ ଏବଂ ରଥଯାତ୍ରା ପାଇଁ ବାଟ ଖୋଲିଥିଲା । ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ମୋଟା ଅଙ୍କ ଦେଇ ସେହି ଓକିଲଙ୍କୁ ପରୀ ହତ୍ୟା ମାମଲା ଲଢ଼ିବା ପାଇଁ ନିଯୁକ୍ତି ଦେଇଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ସିଧାସଳଖ ପରୀ ଘଟଣାରେ ସଂପୃକ୍ତି ଆସିବା ପରେ ରାଜ୍ୟ ସରକାର ତାଙ୍କୁ ବଂଚାଇବା ପାଇଁ ଏଭଳି କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top