Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଶ୍ଚିମବଙ୍ଗରେ ପାରିତ ହେଲା ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ଦେବା ଦାବିରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’ । ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ‘ଅପରାଜିତା’ ବିଲ୍ ପାରିତ ହୋଇଛି। ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ରୋକିବାକୁ ନୂଆ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।

ଅପରାଜିତା ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି ।ଏଥିରେ ଚାର୍ଜସିଟ୍ ଦାଖଲ ହେବାର ୨୧ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବାକୁ ନିୟମ କରାଯାଇଛି। ଏହା ସହ ପୀଡ଼ିତାଙ୍କ ନାଁ ସାର୍ବଜନୀନ କଲେ ବି ମିଳିବ ଦଣ୍ଡ । ପ୍ରତି ଜିଲ୍ଲାରେ ଗଠନ ହେବ ଅପରାଜିତା ଟାସ୍କ ଫୋର୍ସ । ଏହାର ନାମ ‘ଅପରାଜିତା ଓମେନ୍ ଆଣ୍ଡ ଚାଇଲ୍ଡ ବିଲ-୨୦୨୪’ ରଖାଯାଇଛି । ଏହି ବିଲକୁ ପାସ ହେବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲକୁ ଐତିହାସିକ ବୋଲି କହିଛନ୍ତି । ଗୃହରେ ବିଲ୍‌କୁ ବିଜେପି ବିଧାୟକଙ୍କ ସମର୍ଥନ କରିଥିଲେ । ଏହି ବିଲ୍ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି।ଅନ୍ୟପଟେ ପୂର୍ବରୁ ଦୁଇଟି ରାଜ୍ୟ ଏଭଳି ବିଲ୍ ଆଗତ କରିଥିଲେ। ଆନ୍ଧ୍ରପ୍ରଦେଶ ସରକାର ୨୦୧୯ରେ ‘ଦିଶା ବିଲ୍’ ଆଣିଥିଲେ ଓ ମହାରାଷ୍ଟ୍ର ସରକାର ୨୦୨୦ରେ ‘ଶକ୍ତି ବିଲ୍’ ଆଣିଥିଲେ କିନ୍ତୁ ଏହି ବିଲକୁ ଅନୁମୋଦନ ମିଳିନାହିଁ

Click to comment

Leave a Reply

Your email address will not be published. Required fields are marked *

Most Popular

To Top