Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିଏମ୍ ଆବାସ ଯୋଜନାର ‘କୋ-ବ୍ରାଣ୍ଡିଂ’ କୁ ବିଜେପିର ବିରୋଧ, ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଆବାସ)ର କୋ-ବ୍ରାଣ୍ଡିଂକୁ ବିରୋଧ କରି ରାଜ୍ୟ ବିଜେପି ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ରାଜଭବନ ଯାଇ ପିଏମଆବାସ ଯୋଜନା ଅର୍ଥକୁ ରାଜ୍ୟ ସରକାର ନିଜସ୍ୱ ଯୋଜନା ବିଜୁ ପକ୍କା ଘରର ଫଳକ ଲଗାଇ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାପରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମକୁ କୋ-ବ୍ରାଣ୍ଡିଂ ନକରି ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ପଷ୍ଟ ଭାବେ ଲେଖିବା ଆବଶ୍ୟକ । ଡିସେମ୍ବର ୨୧ତାରିଖରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଦେଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୋ ବ୍ରାଣ୍ଡିଂ କରିବା ନିମନ୍ତେ କହିଛନ୍ତି । ପୂର୍ବରୁ ଏହି ଯୋଜନାକୁ ସମ୍ପୂର୍ଣ୍ଣ ହଡ଼ପ କରି କେବଳ ବିଜୁ ପକ୍କାଘର ଷ୍ଟିକର ମରାଯାଉଥିବାକୁ ବିଜେପି ବିରୋଧ କରିଥିଲା । ଏବେ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ପିଏମଆବାସ ଯୋଜନା କୋ-ବ୍ରାଣ୍ଡିଂ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଏପରି ନିଷ୍ପତ୍ତିରୁ ଓହରିବା ଉଚିତ୍‌୍ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପିଏମଆବାସ ଯୋଜନାରେ ୬୦ ପ୍ରତିଶତ ଅର୍ଥ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଜନାର କୋ-ବ୍ରାଣ୍ଡିଂ କରୁଛନ୍ତି । ରାଜ୍ୟ ସରକାର କେବଳ ବିଜେଡି ସମର୍ଥିତ ପରିବାରକୁ ଚିହ୍ନଟ କରି ଘର ଦେଉଥିବାରୁ ଗରିବ ହିତାଧିକାରୀ ବଂଚିତ ହେଉଛନ୍ତି । ପୂର୍ବରୁ ରାଜ୍ୟ ସରକାର ୧୨.୭୫ ଲକ୍ଷ ହତାଧିକାରୀଙ୍କ ଘରକୁ ଜିଓ ଟ୍ୟାଙ୍ଗି କରିଥିଲେ । ବିରୋଧୀ ବିଜେପି ଓ ସାଧାରଣ ଲୋକଙ୍କ ପ୍ରତିବାଦ ପରେ ଏହା ୬ ଲକ୍ଷରେ ପହଂଚିଥିଲା । ଏଥିରୁ ସ୍ପଷ୍ଟ ଯେ, ଦଳୀୟ ଭିତିରେ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବଂଟନ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬-୧୭ରେ ୪,୭୭୬.୦୯ କୋଟି, ୨୦୧୭-୧୮ରେ ୫,୮୧୦.୩୩ କୋଟି, ୨୦୧୮-୧୯ରେ ୪,୫୭୭.୩୫ କୋଟି, ୨୦୨୦-୨୧ରେ ୩,୦୫୬.୭୫ କୋଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ।
ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ରାଜ୍ୟ ସରକାର ଯେତେ ଟଙ୍କା ଦେଲେ ମଧ୍ୟ କେନ୍ଦ୍ର ସରକାର ଟାର୍ଗେଟ୍ କରିଥିବା ଯୋଜନାକୁ ଏଭଳି ଭାବେ କଦର୍ଥ କରିପାରିବେ ନାହିଁ । କେନ୍ଦ୍ର ସରକାର ପିଏମଆବାସ ପାଇଁ ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି । ତେଣୁ ରାଜ୍ୟ ସରକାର ନିଜସ୍ୱ ବିଜୁ ପକ୍କାଘର ପାଇଁ ସ୍ୱତନ୍ତ୍ର ଅର୍ଥ ଆବଣ୍ଟନ କରି ପିଏମଆବାସ ଯୋଜନାର ସଠିକ୍ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ବିଷ୍ଣୁ ସେଠୀ,ମୋହନ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ,ବୁଧାନ ମୁର୍ମୁ, ନବଚରଣ ମାଝୀ, ସୁକାନ୍ତ ନାୟକ, ଜୟନ୍ତ ଷଡ଼ଙ୍ଗୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଅନୀତା ଶୁଭଦର୍ଶିନୀ, ସୋନାଲି ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top