Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁରୀ ଓ ଯାଜପୁର ମେଡିକାଲ କଲେଜର ଭିତ୍ତିଭୂମି ନିର୍ମାଣ ପାଇଁ ୬୫୧ କୋଟିର ଟେଣ୍ଡରକୁ ମଞ୍ଜୁରୀ ଭୁବନେଶ୍ୱର(

ଓଡ଼ିଶା ୱେୟାର): ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ପୂରଣ ଓ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ୬୫୧ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୂର୍ତ୍ତ ବିଭାଗର ଏହି ଦୁଇଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।
ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ନିମନ୍ତେ ୪୨୬.୫୧ କୋଟି ଟଙ୍କାର ଟେଣ୍ଡରକୁ ଏଲଆଣ୍ଡଟି ଯୋଗ୍ୟ ବିବେଚିତ ହୋଇଛି । ଟର୍ଣ୍ଣକି ଚୁକ୍ତିରେ ସର୍ବନିମ୍ନ ଟେଣ୍ଡରଧାରୀ ଏଲଆଣ୍ଡଟି ଏହି ଟେଣ୍ଡରକୁ ପାଇଥିବାବେଳେ୩ ୬ମାସ ମଧ୍ୟରେ ଏହା କାର୍ଯ୍ୟ ସମ୍ପନ୍ନ କରାଯିବ ।
ସେହିପରି ପୁରୀ ମେଡିକାଲ କଲେଜରେ ୬୫୦ ବେଡ୍ ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ନିମନ୍ତେ ମଧ୍ୟ ୨୨୪.୫୫କୋଟି ଟଙ୍କାର ଟେଣ୍ଡର ଏଲଆଣ୍ଡଟିକୁ ମିଳିଛି । ୩୬ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟେଣ୍ଡରକୁ ମଧ୍ୟ ଟର୍ଣ୍ଣ-କିରେ ସମ୍ପନ୍ନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top