Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଡ଼ଦାଣ୍ଡରୁ ହଟାଗଲା ଏସି ଟନେଲ୍‌ ସେଡ

ଆଜି ବଡ଼ଦାଣ୍ଡରୁ ହଟାଯାଉଛି ଏସି ଟନେଲ୍‌ ସେଡ । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ବ୍ୟାରିକେଡ୍‌ ଖୋଲା କାର୍ଯ୍ୟ ଜାରିରହିଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍‌ ମେସିନକୁ ଖୋଲାଯାଇଛି। ବ୍ୟାରିକେଡ କଢା ଯାଉଛି। ଆଗାମୀ ୧୫ ତାରିଖ ଭିତରେ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରଥ ନିର୍ମାଣରେ ବାଧା ହେଉଥିବାରୁ ହଟାଯାଇଥିବ ସୂଚନା।ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଟନେଲ୍‌ ସେଡ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ସେଡରେ ଆସିବା ସହ ବ୍ୟାରିକେଡରେ ଯାଉଥିଲେ। ତେବେ ରଥ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏସି ଶେଡ୍‌ ରହିଥିବାବେଳେ ଗୋଟିଏ ପାର୍ଶ୍ୱରେ ରଥ ନିର୍ମାଣ କାଠ ଗଦା ହୋଇରହିଛି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ପ୍ରବଳ ଗହଳି ହେଉଥିଲା। ଏପରିକି ଟ୍ରାଫିକରେ ଆମ୍ବୁଲାନ୍ସ ଫସି ରହୁଥିଲା।

ରଥଯାତ୍ରାକୁ ଆଉ ୧ ମାସରୁ କମ୍‌ ସମୟ ଥିବାବେଳେ ବର୍ତ୍ତମାନଠାରୁ ଏସି ଶେଡ୍‌ ଖୋଲା କାର୍ଯ୍ୟ ଜାରି ରହିଛି।ଚଳିତ ମାସ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସ୍ନାନଯାତ୍ରାରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସେହିପରି ପରମ୍ପରା ଅନୁଯାୟୀ ଉକ୍ତ ଦିନ ତିନି ରଥର ଚାରିନାହାକା ଉଠିଥାଏ। ତେଣୁ ଯେପରି ରଥକାର୍ଯ୍ୟ ଓ ଭକ୍ତଙ୍କ ଯାତାୟାତରେ କୌଣସି ସମସ୍ୟା ନ ହେବ ତାହାକୁ ଦୃଷ୍ଟିରେ ରଖାଯାଇ ଏସି ଶେଡ୍‌ ଖୋଲାଯାଉଛି।ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥଚକଗୁଡିକ ରଖିବା ନିମନ୍ତ ସ୍ଥାନ ସଂକୀର୍ଣ୍ଣ ହୋଇପଡ଼ିଛି। ଲୋକଙ୍କଠାରୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ ଯାତାୟତରେ ସମସ୍ୟା ଭୋଗୁଛନ୍ତି।

ଅପରପକ୍ଷରେ ସ୍ନାନପୂର୍ଣ୍ଣମା ଓ ରଥଯାତ୍ରା ପାଖେଇଆସୁଛି।ଏସି ଶେଡ୍‌ କାଢିବା କାମ ଟାଇମ ଟେକିଂ ହୋଇଥିବାରୁ ଏବେଠାରୁ ବ୍ୟାରିକେଡ୍‌କୁ କଢାଯାଉଛି। ସେହିପରି ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରଥଯାତ୍ରାକୁ ଦୃଷ୍ଟିରେ ରଖି ଏସି ଶେଡ୍‌ କଢାଯାଉଛି।ଅନ୍ୟପକ୍ଷରେ ଏସି ଶେଡ୍‌ ନିର୍ମାଣ ଫଳରେ ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରଥ ନିର୍ମାଣ ପାଇଁ ରଥ କାଠ ଗୋଟିଏ ପାର୍ଶ୍ୱରେ ରହିଛି। ରଥଖଳାକୁ ମଧ୍ୟ ବୁହା ହୋଇ ଆସୁଛି। ଅପରପାର୍ଶ୍ୱରେ ଏସି ଶେଡ୍‌ ରହିଛି। ଫଳରେ ଯାତାୟତରେ ସମସ୍ୟା ଦେଖାଯାଉଛି। ଟ୍ରାଫିକ ସମସ୍ୟା ଉପୁଜୁଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top