Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଦଳୁଛି ବିଜେଡି ରଣନୀତି, ଏଥର କର୍ମୀ ତୁଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ପୌର ନିର୍ବାଚନ ନକରି ଗତ ଦୁଇବର୍ଷରୁ ଅଧିକ ସମୟ ଧରି ପୌର ସଂସ୍ଥାଗୁଡ଼ିକୁ ପଙ୍ଗୁ କରି ରଖିଥିବା ବିଜେଡି ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସରକାର ଓ ସଂଗଠନ ପ୍ରତି ବଢ଼ୁଥିବା ଆକ୍ରୋଶ ଏବଂ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଶାସକ ବିଜେଡି ଏବେ ନିଜର ରଣନୀତିରେ ପରିବର୍ତ୍ତନ କରିଛି । ୨୦୧୭ ପଂଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆପଣାଇଥିବା ରଣକୌଶଳରେ କେତେକ ପରିବର୍ତ୍ତନ କରି ଏବେ ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତମାସର କଳାହାଣ୍ଡି ଜିଲ୍ଲା ଗସ୍ତ ସେଠାରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାପରେ ଅନୁରୂପ ଭାବେ କାର୍ଯ୍ୟକ୍ରମ ଆସନ୍ତା ୧୬ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତବେଳେ ପ୍ରାୟ ୫ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ତା’ର ଫାଇଦା ନେବାକୁ ବିଜେଡି ଏବେ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ଦଳର ମାଳମାଳ ନେତା ଆଜିଠୁ ସୁନ୍ଦରଗଡ଼ ଜିଲ୍ଲାରେ ଡେରା ପକାଇବା ଆରମ୍ଭ କରିସାରିଲେଣି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ଥିବାବେଳେ ସେଠାରେ ସଂଗଠନକୁ ସୁଦୃଢ଼ କରି କର୍ମୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ରଣନୀତି ହୋଇଛି । ଜିଲ୍ଲାର ୧୭ଟି ବ୍ଲକ ୧୭ଜଣ ମନ୍ତ୍ରୀ, ୭୦ଜଣ ବିଧାୟକ ଓ ୪୦ଜଣ ଆଗଧାଡ଼ିର ନେତା ଆଜିଠୁ ସୁନ୍ଦରଗଡ଼ ଜିଲ୍ଲାରେ ଡେରା ପକାଇ ଆସନ୍ତାକାଲିଠୁ ବିଭିନ୍ନ ଗାଁ ଗହଳିକୁ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଯେଉଁସବୁ ପ୍ରକଳ୍ପ ଶିଳାନ୍ୟାସ ହେବ ଅବା ଆଗାମୀ ୬ମାସ ମଧ୍ୟରେ ହେବାକୁ ରହିଛି ସେଗୁଡ଼ିକର କାର୍ଯ୍ୟାଦେଶ ଦଳୀୟ କର୍ମୀଙ୍କୁ ଦିଆଯିବ ବୋଲି ପରୋକ୍ଷରେ ବିଜେଡି ସନ୍ଦେଶ ଦେବ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରାଉରକେଲାରେ ହେବାକୁ ଥିବାବେଳେ ଏହାକୁ ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରେ ଟେକ୍ନୋଲୋଜି ମାଧ୍ୟମରେ ସେଲିବ୍ରେସନ କରିବାର ସୁଯୋଗକୁ ବିଜେଡି ନେତାମାନେ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ମନ୍ତ୍ରୀମାନେ ସରକାରୀ କାର୍ଯ୍ୟକ୍ରମ ଦର୍ଶାଇ ଏବେ ସେଠାରେ ଡେରା ପକାଇଛନ୍ତି । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ସୁନ୍ଦରଗଡ଼ ଜିଲ୍ଲାରେ ଆଶାନୁରୂପ ସଫଳତା ମିଳିନଥିବାରୁ ସଂଗଠନକୁ ସୁଦୃଢ଼ କରିବା ଉପରେ ବିଜେଡି ଗୁରୁତ୍ୱ ଦେଉଛି ।
ରାଜନୀତିକ ବିଶେଷଜ୍ଞଙ୍କ ମତରେ, ବିଜେଡି ନିର୍ବାଚନ ଜିତିବା ପାଇଁ ବିଭିନ୍ନ ସମୟରେ ନୂଆ ନୂଆ ଫର୍ମୂଲା ଆପଣାଇଥାଏ । ପ୍ରଶାସନିକ କଳର ସମ୍ପୂର୍ଣ୍ଣ ସହଯୋଗ ଦଳକୁ ମିଳୁଥିବାରୁ ଏହି ଫର୍ମୂଲାକୁ ସଫଳ କରିବାରେ ବିଜେଡି ସକ୍ଷମ ହୋଇପାରୁଛି । ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ରାଜ୍ୟବ୍ୟାପୀ ମହିଳା ସମାବେଶ(ନିର୍ବାଚନମଣ୍ଡଳୀ ଓ ବ୍ଲକ ସ୍ତରରେ) କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିଥିଲେ । ଏହି ମହିଳା ସମାବେଶରୁ ବିଜେଡି ନିଜର ରାଜନୀତିକ ମାଇଲେଜ୍ ମଧ୍ୟ ନେଇଥିଲା । ମହିଳାଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବିଜେଡି ୨୦୧୭ ଓ ୨୦୧୯ ନିର୍ବାଚନରେ ଭରପୂର ଉପଯୋଗ କଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ‘ଆମ ଗାଁ ଆମ ବିକାଶ’ ନାଁରେ କର୍ମୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ । ଗାଁ ଗହଳିର ସମସ୍ତ ସରକାରୀ କାର୍ଯ୍ୟର ଠିକା ଦଳୀୟ କର୍ମୀମାନଙ୍କ ହାତରେ ଟେକି ଦେବାକୁ ପରୋକ୍ଷରେ ବ୍ଲକ ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ପଛାଇ ନଥିଲେ । ଅବଶ୍ୟ ନିର୍ବାଚନ ମୁଣ୍ଡ ଉପରେ ଥିବା ତଥା ଗୋଷ୍ଠୀକନ୍ଦଳ ଯୋଗୁ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଏହାର ଫାଇଦା ପାରିନଥିଲେ । ଏବେ କରୋନା ଯୋଗୁ ବ୍ୟାକଫୁଟରେ ଥିବା ବିଜେଡିର ତୃଣମୂଳସ୍ତରୀୟ କର୍ମୀମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ରକଳ୍ପର ଘୋଷଣା କରିବେ ତାକୁ ଦଳୀୟସ୍ତରରେ କିଭଳି ପ୍ରଚାରପ୍ରସାର କରାଯିବ ତାହା ଉପରେ ବିଜେଡି ଗୁରୁତ୍ୱ ଦେଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପୂର୍ବରୁ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇ କର୍ମୀ ଓ ନେତାମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ଉଦ୍ୟମ ହେଉଥିବାବେଳେ ପରିପଂଚାୟତ ନିର୍ବାଚନରେ ନିଜର ଏକପାଖିଆ ପତିଆରା ଦେଖାଇବା ବିଜେଡିର ଅସଲ ଉଦ୍ଦେଶ୍ୟ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top