Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାଚସ୍ପତିଙ୍କ ଉଦବେଗ: ଆନ୍ଧ୍ର ବାଲି ନେଉଛି, କାହିଁକି କରୁନ ବାଲି ନୀତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରୁ ବ୍ୟାପକ ବାଲି ଚୋରିକୁ ନେଇ ଆଜି ପ୍ରଶ୍ନକାଳରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉଦବେଗ ପ୍ରକାଶ କରି ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଛି ବୋଲି କହିଥିଲେ । ୩ବର୍ଷ ହେଲା କାହିଁକି ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର ଆଜି ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ । ବିରୋଧୀ ସଦସ୍ୟଙ୍କ ସହ ବାଚସ୍ପତିଙ୍କ ଏଭଳି ଉଦବେଗ ପରେ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ ।
ଆଜି ପ୍ରଶ୍ନକାଳରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ମୂଳପ୍ରଶ୍ନ ଉପରେ ଆଲୋଚନାବେଳେ ଗୃହ ସରଗରମ ହୋଇପଡ଼ିଥିଲା । ଅନ୍ୟାନ୍ୟ ରାଜ୍ୟରେ ବାଲିନୀତି କାର୍ଯ୍ୟକ୍ଷମ ଥିବାବେଳେ ଓଡ଼ିଶାରେ ବାଲି ନୀତି ନିଷ୍ପତ୍ତି କାର୍ଯ୍ୟକାରୀ ହେବାରେ କାହିଁକି ବିଳମ୍ବ ହେଉଛି, ଚିଠା ପ୍ରସ୍ତୁତି ଓ ତର୍ଜମା କେଉଁ ପର୍ଯ୍ୟାୟରେ ରହିଛି ତଥା କେବେସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ବିଜେପି ସଦସ୍ୟ ଶ୍ରୀ ମାଝୀ ଜାଣିବାକୁ ଚାହିଁଥିଲେ । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ଦେଇ କହିଥିଲେ ଯେ, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି । ଖୁବଶୀଘ୍ର ବାଲି ପାଇଁ ସ୍ୱତନ୍ତ୍ର ନୀତି କାର୍ଯ୍ୟକାରୀ କରାଯିବ । ଏହାପରେ ବାଚସ୍ପତି ଶ୍ରୀ ପାତ୍ର ନିଜେ ଉଦବେଗ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି । କାହିଁକି ୩ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ କରାଯାଉନି ବୋଲି ସେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା । କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ବାଲି ବାବଦରେ ୧୫୦୦କୋଟି ଟଙ୍କା ରାଜସ୍ୱ ସରକାର ପାଉଥିବାବେଳେ ୫ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।
ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ ଯେ, ରାଜ୍ୟର ଯେଉଁଠି ଅଧିକ ମାତ୍ରାରେ ବାଲି ଚୋରାଲାଣ କରାଯାଉଛି ସେହି ୧୪୪ଟି ତହସିଲକୁ ଅତି ସମ୍ବେଦନଶୀଳ ଅଂଚଳ ଭାବେ ଚିହ୍ନଟ କରାଯାଇଛି । ସେଠାରେ ଅଧିକ ସଂଖ୍ୟକ ଆରଆଇ ଓ ଅମିନ ନିଯୁକ୍ତି ଦିଆଯାଇଛି । ଚୋରା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଏହି ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରୁଛନ୍ତି । ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନେ ଆଇନ ଅନୁସାରେ ଗିରଫ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top