Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାରବାଟୀ ଦୁର୍ଗର ସଂରକ୍ଷଣ ପାଇଁ ୧୫୦କୋଟି, ଅର୍ଥ କମିଶନ କଲେ ସୁପାରିସ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ତ୍ରୟୋଦଶ ଶତାବ୍ଦୀର ଐତିହାସିକ ବାରବାଟୀ ଦୁର୍ଗ ଓ ଏହାର ପାରିପାଶ୍ୱିର୍କ ସ୍ଥାନର ସଂରକ୍ଷଣ ଏବଂ ବିକାଶ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ କେନ୍ଦ୍ର ସରକାର ୧୫୦କୋଟି ଟଙ୍କା ଅନୁଦାନ ଯୋଗାଇ ଦେବେ । ଐତିହାସିକ ବାରବାଟୀ ଦୁର୍ଗର ସଂରକ୍ଷଣ ନିମନ୍ତେ ଅନୁଦାନ ଦେବାକୁ ପଂଚଦଶ ଅର୍ଥ କମିଶନଙ୍କ ପାଖରେ ରାଜ୍ୟ ସରକାର ଦାବି କରିଥିଲେ ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ପଂଚଦଶ ଅର୍ଥ କମିଶନ ବାରବାଟୀ ଦୁର୍ଗର ସଂରକ୍ଷଣ ଓ ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଦେବାକୁ ସୁପାରିସ୍ କରିଛନ୍ତି । କଟକ ସହରର ଏହି ଐତିହାସିକ ଦୁର୍ଗ, ଏହାର ଗେଟ୍ ଓ ରାଜଭବନର ସଂରକ୍ଷଣ ଓ ବିକାଶ ସମେତ ପୁରୁଣା ଗଡ଼ଖାଇରେ ବୋଟିଂ ସୁବିଧା ସହ ସେଠାରେ ଏକ ଉଚ୍ଚମାନର ପାର୍କ ସ୍ଥାପନ କରି ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାସହିତ କଟକ ସହରର ଦେବୀ ମା’ ଚଣ୍ଡୀଙ୍କ ମନ୍ଦିରର ମଧ୍ୟ ବିକାଶ କାର୍ଯ୍ୟ ଏଥିରେ ସାମିଲ ରହିଛି । ପଂଚଦଶ ଅର୍ଥ କମିଶନ ଏହି ଦୁର୍ଗ ଓ ଏହା ସହ ଜଡ଼ିତ ସ୍ଥାନଗୁଡ଼ିକର ସଂରକ୍ଷଣ ଓ ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଦେବାକୁ ସୁପାରିସ୍ କରିଥିବାରୁ ଦୀର୍ଘଦିନ ଧରି ସଂରକ୍ଷଣ ଅଭାବରୁ ପଡ଼ି ରହିଥିବା ବାରବାଟୀ ଦୁର୍ଗ ପୁଣିଥରେ ତା’ର ପୂର୍ବ ଗୌରବ ଫେରିପାଇବ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top