Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜୁଙ୍କୁ ଭାରତ ରତ୍ନ : ବିଧାନସଭାରେ ସଂକଳ୍ପକୁ ୫ବର୍ଷ ବିତିଲା,ଚୁପ୍ ବସିଛି ବିଜେଡି ସରକାର

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିଲେ ମଧ୍ୟ ବିଜୁଙ୍କୁ ଭାରତ ରତ୍ନ ଦେବା ଦିଗରେ ଆନ୍ତରିକ ପ୍ରୟାସ କରିବାରେ ବିଫଳ ହୋଇଛି । ଏପରିକି ବିଜୁବାବୁଙ୍କ ଭାରତ ରତ୍ନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଆବଶ୍ୟକ ଦାବି ଉପସ୍ଥାପନ ପାଇଁ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇ ରାଜ୍ୟ ସରକାରଙ୍କୁ କ୍ଷମତା ଦେବାର ୫ବର୍ଷ ବିତିଯାଇଥିଲେ ମଧ୍ୟ କ୍ଷମତାସୀନ ବିଜେଡି ସରକାର ଚୁପ୍ ବସିଛନ୍ତି । ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପୂର୍ବରୁ ‘ଭାରତ ରତ୍ନ’ ଦାବି ଉଠି ପୁଣିଥରେ ଥମିଯିବା ଏବେ ଏକ ଚିରାଚରିତ ଘଟଣା ହୋଇଯାଇଛି ।
ସୂଚନା ଅନୁସାରେ, ଆସନ୍ତାକାଲି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଓ ବିଜୁବାବୁଙ୍କ ନାଁରେ ତଥା ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳ(ବିଜେଡି) ସରକାରକୁ ୨୧ବର୍ଷ ପୂରଣ ହେଉଛି । ବିଜେଡି ଏବେ ବିଜୁବାଦ(ବିଜୁ ଆଦର୍ଶ)ରୁ ବାହାରି ନବୀନବାଦ (ନବୀନିଜିମ୍‌) ଆଡ଼କୁ ମୁହାଁଇଛି । କିନ୍ତୁ ଦୁଇ ଦଶନ୍ଧି ପରେ ବି ବିଜୁ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ (ଭାରତ ରତ୍ନ) ପ୍ରଦାନ ଦାବିକୁ ସଠିକ୍ ଢଙ୍ଗରେ ଉପସ୍ଥାପନ କରିବାରେ କ୍ଷମତାସୀନ ବିଜେଡି ସକ୍ଷମ ହୋଇପାରିନାହିଁ । ଇଣ୍ଡୋନେସିଆ ଓ ଋଷ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ବିଜୁ ପଟ୍ଟନାୟକଙ୍କ ପାଇଁ ଭାରତ ରତ୍ନ ଦାବି କରିବାରେ ଦେଶର ସଫଳ ତଥା ପ୍ରଭାବଶାଳୀ ଆଂଚଳିକ ଦଳ ଏପର୍ଯ୍ୟନ୍ତ ନିଜର ଦୃଢ଼ ଇଚ୍ଛାଶକ୍ତି ପ୍ରତିପାଦନ କରିପାରିନଥିବା ଜଣାପଡ଼ିଛି । ଯଦିଓ ରାଜନୀତିକ ଦୃଷ୍ଟିରୁ ବିଜେଡି ପାଖରେ ଅନେକଥର ଏଭଳି ସୁଯୋଗ ଜୁଟିଛି, କେନ୍ଦ୍ରରେ କ୍ଷମତାସୀନ ସରକାରର ପାଖରେ ଦାବି ଉପସ୍ଥାପନ କରି ତାକୁ ହାସଲ କରିବାର ସହଜ ବାଟ ମଧ୍ୟ ରହିଛି । ତଥାପି ବିଜେଡି ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ କରିନଥିବା ଜଣାପଡ଼ିଛି । କେବଳ ସଂସଦରେ ୨-୩ଥର ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ଦାବି ଉପସ୍ଥାପନ କରି ନିଜର ଦାୟିତ୍ୱକୁ ବିଜେଡି ସାରିଦେଇଛି ।
ତଥ୍ୟ ଅନୁସାରେ, ୨୦୧୫ ଡିସେମ୍ବର ୧୬ତାରିଖରେ ରାଜ୍ୟ ବିଧାନସଭାରେ ଶାସକ ବିଜେଡି ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ‘ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ଦାବିକୁ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିଲେ । କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଏହି ସଂକଳ୍ପ ବାଚନିକ ଭୋଟରେ ପାରିତ ମଧ୍ୟ ହୋଇଥିଲା । କିନ୍ତୁ ଏହି ସଂକଳ୍ପ ପାରିତ ହେବାର ୫ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟର ବିଜେଡି ସରକାର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦିଗରେ କେନ୍ଦ୍ର ସରକାରଙ୍କ ପାଖରେ ସାମାନ୍ୟତମ ଭାବ ବିନିମୟ କରିନଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ, ବିଜୁବାବୁଙ୍କ ଐତିହାସିକ ଡକୋଟା ବିମାନ କୋଲକାତାରେ ପଡ଼ି ନଷ୍ଟ ହେଉଥିବାବେଳେ ତାକୁ ଆଣି ଆନନ୍ଦବଜାରରେ ଥିବା ବିଜୁ ପଟ୍ଟନାୟକ ମ୍ୟୁଜିୟମରେ ରଖିବା ନିମନ୍ତେ ବି ବିଜେଡି ସରକାର ଆଗ୍ରହ ଦେଖାଇନାହିଁ । ଏଥିରୁ ଶାସକ ବିଜେଡିର ବିଜୁବାବୁଙ୍କ ପ୍ରତି ରହିଥିବା ଆନ୍ତରିକତା ଜଳଜଳ ହୋଇ ଜଣାପଡ଼ୁଛି ।
ଉଲ୍ଲେଖଯୋଗ୍ୟ, ବିଜେଡି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ସରକାରକୁ ସମର୍ଥନ ଦେଇ ପ୍ରମୁଖ ଭୂମିକା ତୁଲାଇ ଆସୁଛି । କେନ୍ଦ୍ରରେ ଏନଡିଏ ସରକାରରେ ସହଯୋଗୀ ଭାବେ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଥିବା ବିଜେଡି ଥରୁଟିଏ ବି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ଦାବିକୁ ଜୋରଦାର ଢଙ୍ଗରେ ଉଠାଇ ନଥିଲା କି ଚାପ ମଧ୍ୟ ପ୍ରୟୋଗ କରିନଥିଲା । ସେହିପରି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାର ଏବଂ ପରବର୍ତ୍ତୀ ସମୟରେ ୨୦୧୪ରୁ ଏନଡିଏ ସରକାର ସହ ସଲାସୁତୁରାରେ ଚାଲିଥିବା ବିଜେଡି କେବେ ବି ପ୍ରଭାବଶାଳୀ ଢଙ୍ଗରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଭାରତ ରତ୍ନ ଦାବିକୁ ଉପସ୍ଥାପନ କରିପାରିନାହିଁ । ଯଦିଓ ସଂସଦରେ ବିଜେଡି ସାଂସଦମାନେ ୨-୩ଥର ଏହି ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ତାହା କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି । ଏପରିକି ୨୦୦୮ ଜାନୁୟାରୀ ମାସରେ ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ପୂର୍ବରୁ ମଧ୍ୟ ହୋଇଆସୁଛି । କିନ୍ତୁ ଏବେ ପ୍ରବାଦପୁରୁଷଙ୍କୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ଏହି ଦାବିକୁ ସଠିକ ଢଙ୍ଗରେ ଉପସ୍ଥାପନ କରାଯିବ । ମାତ୍ର ଆଜି ପର୍ଯ୍ୟନ୍ତ ତାହା ସମ୍ଭବପର ହେଲାନି ।
ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ସପକ୍ଷରେ ଏବେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରହିଛନ୍ତି । କିନ୍ତୁ ବିଜେଡି ଏ ଦିଗରେ ରାଜ୍ୟବ୍ୟାପୀ ଜନମତ ସୃଷ୍ଟି ସହ ପଦକ୍ଷେପ ନେବା ଓ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇପାରିନି । ଅବଶ୍ୟ ଏବେ ପ୍ରଚଳିତ ବ୍ୟବସ୍ଥାରେ, ପ୍ରଧାନମନ୍ତ୍ରୀ କୌଣସି ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କର ନାମକୁ ଭାରତ ରତ୍ନ ନିମନ୍ତେ ରାଷ୍ଟ୍ରପତିଙ୍କୁ ସୁପାରିସ୍ କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top