Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି ବିଧାୟକଙ୍କୁ ପକେଟ୍ ଖର୍ଚ୍ଚ, ବିଧାୟିକାଙ୍କୁ ପାଟଶାଢ଼ୀ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ଦଳୀୟ ବିଧାୟକ ଓ ବିଧାୟିକାମାନଙ୍କୁ ପକେଟ୍ ଖର୍ଚ୍ଚ ସହ ପାଟ୍ଟଶାଢ଼ୀ ଉପହାର ଦେଇଥିବା ଶୁଣିବାକୁ ମିଳିଛି । କରୋନା ମହାମାରୀ ଯୋଗୁ ସାଂସଦ ପାଣ୍ଠିକୁ ସମ୍ପୂର୍ଣ୍ଣ ନିରସ୍ତ୍ର ଓ ବିଧାୟକ ପାଣ୍ଠିକୁ କାଣ୍ଟଛାଣ୍ଟ୍ କରାଯାଇଥିବାରୁ ଦଳ ନିଜର ବିଧାୟକ ଓ ସାଂସଦମାନଙ୍କୁ ସହାୟତା କରିବାକୁ କୁଆଡ଼େ ଆଗେଇ ଆସିଛି । ବିଧାୟକ ଓ ସାଂସଦମାନଙ୍କୁ ଦୁଇଟି ବର୍ଗରେ ବିଭକ୍ତ କରି ଆର୍ଥିକ ସହାୟତା ଦେଇଥିବାବେଳେ ବିଧାୟିକା ଓ ମହିଳା ସାଂସଦମାନଙ୍କୁ ରାତ୍ରିଭୋଜନରେ ଆପାୟିତ କରି ପାଟଶାଢ଼ୀ ଓ ଆର୍ଥିକ ସହାୟତା ଦେଇଥିବା ଚର୍ଚ୍ଚା ।
ଶୁଣିବାକୁ ମିଳୁଛି, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଆଡ଼େ ଗତ ସପ୍ତାହରେ ନିଜର ସରକାରୀ ବାସଭବନରେ ଦଳର ୧୨ଜଣ ବିଧାୟିକା ଓ ସମସ୍ତ ମହିଳା ସାଂସଦଙ୍କୁ ଡାକି ସେମାନଙ୍କର ଆପତ୍ତି-ଅଭିଯୋଗ ଶୁଣିବା ସହ ରାତ୍ରିଭୋଜନରେ ଆପ୍ୟାୟିତ କରିଥିଲେ । ଆଉ ଘରକୁ ଫେରିବା ସମୟରେ ଶାଢ଼ୀ ଓ ଏକ ପକେଟ୍ ଦେଇଥିବା ଜଣେ ମହିଳା ସାଂସଦ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି ।
ଚର୍ଚ୍ଚା ଅନୁସାରେ, ଦଳୀୟ ବିଧାୟକମାନଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରି କୁଆଡ଼େ ୫ଲକ୍ଷ ଓ ୩ଲକ୍ଷ ଟଙ୍କା ଲେଖାଏଁ ପକେଟ୍ ଖର୍ଚ୍ଚ ପ୍ରଦାନ କରାଯାଇଛି । ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କୁ ଏବେ ସମସ୍ତ ଜିଲ୍ଲାର ବିଜେଡି ସଂଗଠନ କଥା ବୁଝିବା ପାଇଁ କୁଆଡ଼େ କୁହାଯାଇଛି । ଆଉ ବିଧାୟକମାନେ ଯେପରି ତାଙ୍କ କଥାରେ ରହିବେ ସେଥିପାଇଁ ଏଭଳି ପକେଟ୍ ଖର୍ଚ୍ଚ ବ୍ୟବସ୍ଥା ହୋଇଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top