Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେପି ଉପରେ ଚାପ ପକାଇ ମହିଳା ବିଲ୍ ଗୃହୀତ କରାଉ ବିଜେଡି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ବିଜେପି ସରକାରଙ୍କୁ ସଂସଦରେ ସବୁ କ୍ଷେତ୍ରରେ ବିଜେଡି ସମର୍ଥନ କରିଆସୁଛି । ତେଣୁ ରାଜ୍ୟର ବିଜେଡି ସରକାରଙ୍କର ଯଦି ପ୍ରକୃତରେ ଓଡ଼ିଶାର ମା’ଭଉଣୀଙ୍କ ପ୍ରତି ଦରଦ ଓ ଆନ୍ତରିକତା ଥାଏ ତା’ହେଲେ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କହିଛି ।
ବିଶ୍ୱ ମହିଳା ଦିବସ ପାଳନ ପୂର୍ବରୁ ବିଜେଡିକୁ ସିଧାସଳଖ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି । କିନ୍ତୁ ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବା ପାଇଁ ବିଜେପି ଉପରେ ଚାପ ପକାଇ ପାରୁନି । ସଂସଦରେ ତ ସବୁ ପ୍ରସଙ୍ଗରେ ବିଜେପି ସରକାରକୁ ସମର୍ଥନ ଦେବାକୁ ବିଜେଡି ପଛାଉ ନାହିଁ । ତେଣୁ ଯଦି ବାସ୍ତବରେ ମହିଳାଙ୍କ ପ୍ରତି ଦରଦ ଅଛି, ତା’ହେଲେ ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ନେଇ କେନ୍ଦ୍ର ସରକାର ଉପରେ ବିଜେଡି ଚାପ ପ୍ରୟୋଗ କରୁ । ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି । ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି । ବିଜେଡିର ଯଦି ମହିଳାଙ୍କ ପ୍ରତି ପ୍ରକୃତ ଦରଦ ଅଛି ତା’ହେଲେ ମହିଳା ସଂରକ୍ଷଣ ବିଲକୁ ପାରିତ କରି ଦେଖାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top