Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେପି ଓ ବିଜେଡି ସରକାର ହେଉଛନ୍ତି ଚାଷୀବିରୋଧୀ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ମିଳିତ ଶ୍ରମିକ ସଂଗଠନର ଧର୍ମଘଟକୁ ଆଜି ଓଡ଼ିଶାରେ କଂଗ୍ରେସ ସମର୍ଥନ ଦେଇ ଉଭୟ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ରାଜ୍ୟର ବିଜେଡି ସରକାର ସମର୍ଥନ ଜଣାଇ ଚାଷୀ ଓ ଶ୍ରମିକବିରୋଧୀ କାର୍ଯ୍ୟ କରିଛି ବୋଲି କଂଗ୍ରେସ କହିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦେଶର ଶ୍ରମିକ, କୃଷକମାନଙ୍କର ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ ହୋଇଥିବାରୁ ଏହାର ପ୍ରତିବାଦରେ ଆଜି ଦେଶ ସାରା ଧର୍ମଘଟ ପାଳିତ ହୋଇଯାଇଛି । ଓଡ଼ିଶାରେ ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ଧର୍ମଘଟକୁ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଦୃଢ଼ ସମର୍ଥନ କରାଯାଇଛି । ଏହି ଧର୍ମଘଟର ସଫଳତା ନିମନ୍ତେ ସେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ବିଜେପି ସରକାର ଶ୍ରମିକ ଓ କୃଷକମାନଙ୍କର ସ୍ୱାର୍ଥ ଓ ଉନ୍ନତିକୁ ଅଣଦେଖା କରିଛନ୍ତି । ଶ୍ରମିକମାନେ ତାଙ୍କ ପରିଶ୍ରମର ପ୍ରାପ୍ୟ ଓ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ସେହିପରି କୃଷକମାନେ ଉପାର୍ଜିତ ଶସ୍ୟର ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି । ଫଳରେ କୋଟି କୋଟି ଶ୍ରମିକ ଓ କୃଷକମାନଙ୍କର ଆର୍ଥିକ ମେରୁଦଣ୍ଡ ଭଗାଙ୍ଗି ପଡିଛି । ରାଜ୍ୟ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଅତ୍ୟନ୍ତ କ୍ଷୋଭର ବିଷୟ । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ଓ ଶ୍ରମିକ ବିରୋଧି ଆଇନ୍‌କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ଆନ୍ଦୋଳନରେ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ମିଳିତ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ରାଜମହଲରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଦେଇ ଲୋୟର ପିଏମଜି ଅଭିମୁଖେ ଯାତ୍ରା କରିବାବେଳେ କଂଗ୍ରେସ ନେତା ଶିବାନନ୍ଦ ରାୟ, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ ଦାସ, ବେଣୁଧର ପାତ୍ର, ଜିତେନ୍ଦ୍ର ସାମନ୍ତରାୟ, ସୌମ୍ୟରଂଜନ ଜେନା,ଶ୍ରିୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା ।
ଏହି ଧର୍ମଘଟରେ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ବିଶ୍ୱଜିତ ଦାସ, ରାଜୀବ ପଟ୍ଟନାୟକ, ପ୍ରଣତି ମିଶ୍ର, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ଲିଙ୍ଗରାଜ ସାହୁ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ସୁବାଷ ପ୍ରଧାନ, ଏମ୍‌.ଡି ଶାହାଦୁଲ୍ଲା, କୁଳମଣି ସାହୁ ତାପସ ସେଠୀ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top