Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବୈତରଣୀ ନଦୀରେ ବ୍ରିଜ ନିର୍ମାଣରେ ବିଳମ୍ବ: ଗଡକରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରେ ବ୍ରିଜ୍ ନିର୍ମାଣକୁ ନେଇ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗତ ୧୯ତାରିଖରେ ଏହି ଚିଠି ଲେଖିଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆଜି ଗଣମାଧ୍ୟମକୁ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ବୈଠକ ପରେ ବି ବୈତରଣୀ ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି ବ୍ରିଜ୍ ନିର୍ମାଣବେଳେ ଜାତୀୟ ରାଜପଥ ପ୍ରାଧିକରଣ ଓ କାନପୁର ପ୍ରକଳ୍ପ ପ୍ରାଧିକରଣ ମଧ୍ୟରେ ବିବାଦ ଦେଖାଦେବାରୁ ୨୦୧୯ ମାର୍ଚ୍ଚ ୭ତାରିଖରେ ଜାତୀୟ ରାଜପଥ ଅଧ୍ୟକ୍ଷ ଓ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ମଧ୍ୟରେ ବୈଠକ ବସି ଏହି କାର୍ଯ୍ୟ ପାଇଁ ମୂଳ ବ୍ୟୟବରାଦ ୪୦.୬୮କୋଟିର ୮୦ ପ୍ରତିଶତ ଏନଏଚଏଆଇ ଓ ବାକି ୨୦ ପ୍ରତିଶତ ଓଡ଼ିଶା ସରକାର ଦେବାକୁ ସହମତି ହୋଇଥିଲା । ଆଉ ସେହି କାନପୁର ପ୍ରକଳ୍ପ ପ୍ରାଧିକରଣ ଅଂଚଳରେ ଓଡ଼ିଶା ପକ୍ଷରୁ ଚାଲିଥିବା କାର୍ଯ୍ୟକୁ ମଧ୍ୟ ଏନଏଚଏଆଇଙ୍କ ସୁବିଧା ନିମନ୍ତେ ବନ୍ଦ କରିବାକୁ ରାଜ୍ୟ ସରକାର ରାଜି ହୋଇଥିଲେ । କିନ୍ତୁ ଇତିମଧ୍ୟରେ ବର୍ଷେରୁ ଅଧିକ ବିତିଯାଇଥିଲେ ମଧ୍ୟ ଏହି ବ୍ରିଜ୍ ନିର୍ମାଣରେ ବାକିଥିବା କାର୍ଯ୍ୟ ଆରମ୍ଭ ହୋଇପାରୁନି । ଏହି ବ୍ରିଜ୍ ନିର୍ମାଣ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଫାଇଦା ହେବ । ତା’ଛଡ଼ା ଆଦିବାସୀବହୁଳ ଅଂଚଳକୁ ମଧ୍ୟ ଜଳସେଚନ ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ବାକିଥିବା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଲେଖି ଶ୍ରୀ ଗଡ଼କରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । କାମ ଶୀଘ୍ର ଆରମ୍ଭ ନହେଲେ ପ୍ରକଳ୍ପ ଖର୍ଚ୍ଚ ଆହୁରି ବଢ଼ିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top