ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ଏଣ୍ଟ୍ରି କଲେ ଦେବାକୁ ପଡ଼ିବ ନାହିଁ ଟୋଲ୍ ଫି। ମୁମ୍ଵାଇକୁ ପ୍ରବେଶ କରୁଥିବା କରିବାକୁ ଥିବା ୫ଟି ଟୋଲ୍ ଗେଟ୍ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗରରେ ହାଲୁକା ଯାନର ଟୋଲ୍ ଫି ଛାଡ଼ କଲେ ମହାରାଷ୍ଟ୍ର ସରକାର। ଏହି ସବୁ ଟୋଲ୍ ଗେଟ୍ରେ ହାଲୁକା ଯାନ ଗୁଡ଼ିକ ବିନା ପ୍ରବେଶ ଶୁକ୍ଳରେ ଯାଇପାରିବେ। ଏହାଦ୍ଵାରା ବହୁ ଲୋକ ଉପକୃତ ହେବେ। ଏହି ନିୟମ ସୋମବାର ରାତି ୧୨ଟାରୁ ଲାଗୁ କରାଯିବ। ସିନ୍ଦେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।


