Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୋ ବସକୁ ଧକ୍କା ଦେଲା ଟ୍ରକ୍, ଅନେକ ଗୁରୁତର

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ।ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବସର ପଛ ପାର୍ଶ୍ୱ ଓ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ତେବେ ଆହାତଙ୍କୁ କଟକ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏସସିବିର ଟ୍ରମା କାଜୁଆଲଟିରେ ମୋଟ ୧୬ ଜଣ ଆହତ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ ଏସସିବି ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଉଛି । ତେବେ ଆହତଙ୍କ ମଧ୍ୟରେ୭ ଜଣ ପୁରୁଷ ଏବଂ ୯ ଜଣ ମହିଳା ରହିଥିବା ସୂଚନା ମିଳିଛି ।

ମୋ ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌ଟି ନର୍ମାଲ ସ୍ପୀଡ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ଏହାକୁ ଧକ୍କା ଦେଇ ପାଖାପାଖି ୨୦ ମିଟର ଠେଲି ନେଇଥିଲା। ଟ୍ରକ୍‌ଟି ବସ୍‌କୁ ପଛରୁ ଧକ୍କା ଦେଇଥିଲା। ତେଣୁ ବସ୍‌ ପଛରେ ବସିଥିବା ଯାତ୍ରୀମାନେ ଅଧିକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୫୦/୬୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଦୁଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top