ଭୁବନେଶ୍ୱର, ଓଡ଼ିଶା ୱେୟାର:ରାଜଧାନୀ ରାଜ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଜବରଦସ୍ତ ହାଇଡ୍ରାମା ଦେଖିବାକୁ ମିଳିଛି। ରାଜଧାନୀ ରାଜରାସ୍ତାରେ କୌଣସି ଫିଲ୍ମର କାହାଣୀ ଭଳି ଦୃଶ୍ୟ ଦେଖିବାକୁ ପାଇଛନ୍ତି ଲୋକେ। ପ୍ରଥମେ କଥାବାର୍ତ୍ତା ତା’ ପରେ ରାଗରୁଶା। ଆଉ ତା’ପରେ ଆତ୍ମହତ୍ୟା ପାଇଁ ଉଦ୍ୟମ। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଭରତପୁର ମୁଖ୍ୟ ରାସ୍ତାରେ।
ସୋମବାର ଦିନ ଦ୍ୱିପ୍ରହରରେ ଏହି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଯାହାକୁ ନିକଟରେ ଥିବା ଲୋକେ ଦେଖିବା ସହ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ରାସ୍ତା ଉପରେ ଯୁବକ-ଯୁବତୀ କିଛି ସମୟ କଥାବାର୍ତ୍ତା କରୁଥଲେ। ହେଲେ ଏହି ସମୟରେ ଯୁବତୀ ଜଣକ ହଠାତ୍ କାନ୍ଦି ପକାଇଥିଲେ। ତା’ପରେ ନିଜ ବ୍ୟାଗରେ ଥିବା ଡିସଇନଫେକ୍ଟେଣ୍ଟ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବତୀ।


