Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରେଳ ପ୍ରକଳ୍ପ ପାଇଁ ମାଗିଲେ ୭୨୦୦କୋଟି, ମିଳିଲା ୩୭୧୨କୋଟି

ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ୭୨୦୦କୋଟି ଟଙ୍କା ଓଡ଼ିଶା ସରକାର ଦାବି କରିଥିଲେ ମଧ୍ୟ ମାତ୍ର ୩୭୧୨କୋଟି ଟଙ୍କା ମିଳିଛି । ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ୪୩୭୩କୋଟି ଟଙ୍କା ମିଳିଥିଲା । କରୋନା ମହାମାରୀର ପ୍ରଭାବ କେନ୍ଦ୍ର ବଜେଟ ଉପରେ ପଡ଼ିଥିବାବେଳେ ତା’ର ସ୍ପଷ୍ଟ ପ୍ରତିଫଳନ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥକୁ ମଧ୍ୟ ପ୍ରଭାବିତ କରିଛି ।
ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ପୂର୍ବତଟ ରେଳପଥ ପାଇଁ ୨୦୨୧-୨୨ ବଜେଟରେ ମୋଟ ୩୭୧୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ଓଡ଼ିଶାରେ ରେଳପ୍ରକଳ୍ପ ପାଇଁ ନୂଆ ରେଳମାର୍ଗ ନିର୍ମାଣ ନିମନ୍ତେ ମାତ୍ର ୧୦.୬୦କୋଟି ଟଙ୍କା, ରେଳପଥ ନବୀକରଣରେ ୬୦୦କୋଟି, ସଡ଼କ ସୁରକ୍ଷା ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୪୦୦.୫୬କୋଟି, ବ୍ରିଜ୍ ଓ ଟନେଲ କାମ ପାଇଁ ୫୫କୋଟି, ଡବଲ ଲାଇନ ବିଛାଇବା ପାଇଁ ୧୪୮.୭୫କୋଟି ଟଙ୍କା, ଯାତ୍ରୀ ସୁବିଧା ନିମନ୍ତେ ୧୧୩.୭୧ କୋଟି ଟଙ୍କା, ଲେଭଲକ୍ରସିଂ କାର୍ଯ୍ୟ ପାଇଁ ୨୬.୮୯କୋଟି ଟଙ୍କା, ସିଗନାଲ ଓ ଟେଲିକମ୍ୟୁନିକେସନ୍ ପାଇଁ ୯୮.୭୭କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ସେହିପରି ଖୋର୍ଦ୍ଧା-ବଲାଙ୍ଗିୀର ରେଳପଥ ନିର୍ମାଣ ପଶଇଁ ୫୦୦କୋଟି, ଅନୁଗୁଳ-ସୁକିନ୍ଦା ରେଳମାର୍ଗ ନିର୍ମାଣ ପାଇର୍ ୪୦୦କୋଟି, ହରିଦାସପୁର-ପାରାଦୀପ ରେଳମାର୍ଗ ପାଇଁ ୧୦୦କୋଟି, ଜୟପୁର-ମାଲକାନଗିରି ପାଇଁ ୨୮କୋଟି ଓ ଜୟପୁର-ନବରଙ୍ଗପୁର ପାଇଁ ୧୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନୂଆପଡ଼ା-ଗୁଣୁପୁର-ଥେରୁଭାଲି, ତାଳଚେର-ଅନୁଗୁଳ, ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ପାଇଁ କେବଳ ଟୋକେନ୍ ବ୍ୟବସ୍ଥା ହୋଇଛି । ସେହିପରି ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବଜେଟରେ ୫୯୯୩କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ନିମନ୍ତେ ପୂର୍ବ ତୁଳନାରେ ୨୭ପ୍ରତିଶତ କମ୍ ଅର୍ଥାତ ୪୩୭୩କୋଟି ଟଙ୍କା ମିଳିଥିଲା । ମାତ୍ର ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ରେଳ ପ୍ରକଳ୍ପ ନିମନ୍ତେ ପ୍ରାୟ ୬୫୩ କୋଟି ଟଙ୍କା କମ୍ ଅନୁଦାନ ମିଳିବ ।
ଅବଶ୍ୟ ବଜେଟ ଆବଣ୍ଟନ ବାହାରେ ପ୍ରାୟ ୨୫୮୯କୋଟି ଟଙ୍କା ଅତିରିକ୍ତ ବଜେଟ ସମ୍ବଳ ଭାବେ ରଖାଯାଇଛି । ଏହି ଅର୍ଥକୁ ସଂସଦର ଅନୁମୋଦନ ବାହାରେ ରଖାଯାଇଛି । ଏଥିରେ ନୂଆ ଲାଇନ୍ ନିର୍ମାଣ ନିମନ୍ତେ ୫୦୦କୋଟି, ଡବଲ ଳାଇନ୍ ପାଇଁ ୧୬୬.୪୦କୋଟି, ସଡ଼କ ସୁରକ୍ଷା ଓ ନିରାପତ୍ତା ପାଇଁ ୧୦୯.୩୦କୋଟି ଓ ଯାତ୍ରୀ ସୁବିଧା ନିମନ୍ତେ ୩୧୬କୋଟି ଟଙ୍କା ରହିଥିବା ପିଙ୍କବୁକରେ ଉଲ୍ଲେଖ ଅଛି ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ରେଳ ପୁରୁଣା ପ୍ରକଳ୍ପ ନିମନ୍ତେ ୩୫୦୦କୋଟି ଓ ନୂଆ ପ୍ରକଳ୍ପ ନିମନ୍ତେ ୩୭୦୦କୋଟି ଟଙ୍କା ଦେବା ପାଇଁ ଓଡ଼ିଶା ଦାବି କରିଥିଲା । ଏଥିରେ ନୂଆପଡ଼ା-ଗୁଣୁପୁର ରେଳଲାଇନକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ ରେଳ ଲାଇନ(୩୮କିମି) ପାଇଁ ୧୦୦କୋଟି ଟଙ୍କା, ବାଂଶପାଣି-ବଡ଼ବିଲ(୧୮କିମି) ପାଇଁ ୫୦କୋଟି, କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି(୯୫କିମି) ପାଇଁ ୧୦୦କୋଟି ଟଙ୍କା, ତାଳଚେର-ଗୋପାଳପୁର ରେଳ ମାର୍ଗ(୨୪୫କିମି) ପାଇଁ ୩୦୦କୋଟି, ପାରାଦୀପ-ଧାମରା ରେଳମାର୍ଗ(୮୦କିମି)କୁ ୫୦କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳଲାଇନ୍ ନିମନ୍ତେ ୧୦୦କୋଟି, ଖୋର୍ଦ୍ଧା-ବଲାଙ୍ଗିର ଏନବିଜି ରେଳ ଲାଇନ-ହଜାରେ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୮୦୦କୋଟି ଟଙ୍କା, ଜଳେଶ୍ୱର-ଦୀଘ(୪୧କିମି) ପାଇଁ ୨୦୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିର (୧୩୦କିମି) ପାଇଁ ୪୦୦କୋଟି ଟଙ୍କାର ପାଣ୍ଠି ୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟୟବରାଦ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳବାଇ ସାନ୍ଧ୍ରତା (୧୫.୦) ରହିଛି । ଯାହାକି ଜାତୀୟ ହାର(୧୯.୦) ତୁଳନାରେ ଖୁବ କମ୍ । ତେଣୁ ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବା ନିମନ୍ତେ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ/ଏସପିଭି ମାଧ୍ୟମରେ ମନ୍ତ୍ରଣାଳୟ ସହ ମିଶି ମାଗଣା ଜମି ଓ ଖର୍ଚ୍ଚରେ ସହଯୋଗ କରି ନୂଆ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top