Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରେଳ ପ୍ରକଳ୍ପ ପାଇଁ ୧୦ହଜାର କୋଟି ଟଙ୍କା ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ପାଇଁ ୧୦ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ କଂଗ୍ରେସ ଦାବି କରିଛି ।
ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ସଂସଦରେ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡ଼ିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ । ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି । କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ ଉପସ୍ଥାପିତ ହୋଇ ନପାରିଲେ ଓଡ଼ିଶାବାସୀଙ୍କୁ କ୍ଷତି ସହିବାକୁ ପଡିବ । ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ ସେଥିପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଉଚିତ୍ । । ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦିଲ୍ଲୀ ଦରବାରରେ ଓଡ଼ିଶାର ନ୍ୟାଯ୍ୟ ସ୍ୱାର୍ଥ ଉପସ୍ଥାପନ ଲାଗି ଉଭୟ ବିଜେଡି – ବିଜେପିକୁ କଂଗ୍ରେସ ଆହ୍ୱାନ କରିଛି । ଓଡ଼ିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ରେଳବାଇ ପାଉଥିବାବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ ବଜେଟ୍‌ରେ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରିବାକୁ କଂଗ୍ରେସ ଦାବି କରୁଛି । ଏହାସହିତ ଓଡ଼ିଶା ବିଧାନସଭା କମିଟି ତୁରନ୍ତ ବଜେଟ୍ ପୂର୍ବରୁ ରେଳମନ୍ତ୍ରୀଙ୍କ ନିକଟରେ ରେଳ ଅନୁଦାନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରନ୍ତୁ । ଓଡ଼ିଶା ସରକାର ବିଧିବଦ୍ଧ ଭାବେ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ । ରାଜ୍ୟ ପରିବହନ ମନ୍ତ୍ରୀ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରନ୍ତୁ । ରେଳ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ ପୂର୍ବରୁ ଓଡ଼ିଶାର ସମସ୍ତ ସାଂସଦ ଏକାଠି ହୋଇ ରେଳମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦାବି ଉପସ୍ଥାପନ କରନ୍ତୁ । ବଜେଟ୍‌ରେ ଓଡ଼ିଶାର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିମନ୍ତେ ଅର୍ଥବରାଦ କରାଯାଉ ବୋଲି କଂଗ୍ରେସ ଦାବି କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top