Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଲକଡାଉନରେ ବାହାହେଲେ ୟାମି

ମୁମ୍ବାଇ: ଲକଡାଉନରେ ଲୁଚାଚୋରାରେ ବିବାହ କରି ନିଜ ଫ୍ୟାନ୍ସଙ୍କୁ ଚକିତ କରିବା ପରେ ବଲିଉଡ୍‌ର ଚୁଲବୁଲି ନାୟିକା ୟାମି ଗୌତମୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଗୋଟିଏ ପଟେ ବଲିଉଡର ବହୁ ସେଲେବ୍ରିଟି ୟାମି ଓ ତାଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ଅନ୍ୟପଟେ ସୋଶାଲ୍ ମିଡ଼ିଆରେ ଯୁଦ୍ଧ ବି ଆରମ୍ଭ ହୋଇଯାଇଛି।
ବିବାହ ଫଟୋରେ ୟାମି ଖୁବ ସୁନ୍ଦର ଲାଗୁଥିବା ବେଳେ ଏହା ସୋଶାଲ୍ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୟାମିଙ୍କ କୋ-ଷ୍ଟାର ବିକ୍ରାନ୍ତ ମିସି ଓ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ।
ୟାମିଙ୍କୁ ବିବାହର ଶୁଭେଚ୍ଛା ଦେବା ସହ ତାଙ୍କ ଫଟୋରେ କିଛି ମସ୍ତିଭରା କମେଣ୍ଟ ଦେଇଥିଲେ ବିକ୍ରାନ୍ତ, ଯାହାକି କଙ୍ଗନାଙ୍କର ହଜମ ହେଲାନି। ୟାମିଙ୍କ ବିବାହ ଫଟୋରେ କମେଣ୍ଟ କରି ଏହା ରାଧେ ମା’ ପରି ଶୁଦ୍ଧ ଓ ପବିତ୍ର ବୋଲି ଲେଖିଥିଲେ ବିକ୍ରାନ୍ତ। ହେଲେ ୟାମିଙ୍କୁ ରାଧେ ମା’ ସହିତ ତୁଳନା କଥାକୁ କଙ୍ଗନା ଗ୍ରହଣ କରି ପାରି ନଥିଲେ।
ଏପରିକି ବିକ୍ରାନ୍ତଙ୍କ ଉଦ୍ଦେଶ୍ୟରେ କେଉଁଠୁ ବାହାରିଲା ଏ ଅସରପା ବୋଲି କହିବା ସହ ଚପଲ ଆଣ ବୋଲି ମଧ୍ୟ ସୋଶାଲ ମିଡ଼ିଆରେ କମେଣ୍ଟ କରିଦେଲେ କଙ୍ଗନା। ଆଉ ଏହା ଏବେ ଖୁବ ଚର୍ଚ୍ଚା ବିଷୟ ପାଲିଟିଛି। ଏହାକୁ ନେଇ କିଛି ସୋଶାଲ ମିଡ଼ିଆ ୟୁଜର କଙ୍ଗନାଙ୍କୁ ଓ ଆଉ କିଛି ବିକ୍ରାନ୍ତଙ୍କୁ ସପୋର୍ଟ କରିଛନ୍ତି।
ଅପରପକ୍ଷେ ୟାମିଙ୍କ ଫଟୋଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରି କଙ୍ଗନା ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ହିମାଚଳ ପ୍ରଦେଶର ପାହାଡି କନ୍ୟା ୟାମି ଖୁବ୍ ସୁନ୍ଦର ଓ ଦେବୀ ସଦୃଶ ଦେଖାଯାଉଥିବା କଙ୍ଗନା ଲେଖିଛନ୍ତି।
ୟାମି ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ହୋଇଥିବା ବେଳେ କଙ୍ଗନା ସେହି ରାଜ୍ୟର ଭାମ୍ବଲା ନାମକ ଏକ ଛୋଟ ସହରରେ ଜନ୍ମ ହୋଇଥିଲେ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ନିଜ ବିବାହ ଫଟୋ ଶେଆର କରି ୟାମି ସମସ୍ତଙ୍କୁ ଚକିତ କରିଦେଇଥିଲେ। ୟାମି ”ଉରି’ ଫିଲ୍ମରୁ ନିର୍ଦେଶନାରେ ଡେ଼ବ୍ୟୁ କରିଥିବା ଆଦିତ୍ୟ ଧରଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଏହି ଫିଲ୍ମରେ ୟାମି ଲିଡ୍ ରୋଲରେ ଅଭିନୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top