ଆଧୁନିକ ଜୀବନଶୈଳୀ ଏବଂ ଖାଦ୍ୟଭ୍ୟାସ ଆଜିକାଲି ଆମ ଶରୀରରେ ଅନେକ ପରିବର୍ତ୍ତନ ଆଣିଛି । ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସହ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେବା ଅର୍ଥାତ୍ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖାଦେବ ।
ତେବେ ଭଲ ହଜମ ପ୍ରକ୍ରିୟା ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ବୋଲି ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ସମୟରେ ଏହା ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଆମେ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି, ତେବେ ଖାଦ୍ୟ ତାଲିକାରେ ଏହି ସବୁ ଖାଇବା ସାମିଲ କରି ହଜମ ଶକ୍ତି ବୃଦ୍ଧି କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିପାରିବା ।
ଅଦାପେଟକୁ ସୁସ୍ଥ ରଖିବା ସହ ହଜମ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା ପାଇଁ ଅଦା ବେଶ୍ ଲାଭଦାୟକ । ଅଦାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଭରପୂର ଥିବାରୁ ଏହା ପ୍ରଦାହ ଏବଂ ସଂକ୍ରମଣକୁ ଦୂରେଇ ରଖେ । ଅଦା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ ଅମ୍ଳତା ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ। ହଜମ ଭଲ ହୋଇଥାଏ ।କିୱିସେହିପରି କିୱିରେ ମଧ୍ୟ ଭିଟାମିନ୍-ସି ଭରପୂର ପରିମାଣରେ ଥାଏ । ଏଥିରେ ପ୍ରଚୁର ପରିମାଣର ଫାଇବର ମଧ୍ୟ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । କିୱି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସୁସ୍ଥ ରହିଥାଏ ।
ଖାଦ୍ୟରେ ସାମିଲ କରନ୍ତୁ ଦହିହଜମ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟରେ ଦହି ସାମିଲ କରନ୍ତୁ । ଦହିରେ ପ୍ରୋବାୟୋଟିକ୍ ଗୁଣ ଅନ୍ତଃ ସ୍ୱାସ୍ଥ୍ୟକୁ ଭଲ ରଖେ । ଏହା ବ୍ୟତୀତ, ଦହି ଉତ୍ତମ ହଜମ ବଜାୟ ରଖିବାରେ ସାହାଯ୍ୟ କରେ।ହଜମରେ ସାହାଯ୍ୟ କରେ ହଳଦୀହଳଦୀ ଅନ୍ତଃ ଓ ବାହ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଭାବେ ବିବେଚନା କରାଯାଏ । ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପେଟକୁ ସୁସ୍ଥ ରଖେ । ହଳଦୀ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଉପାଦାନ । ଏହାକୁ ନିୟମିତ ଖାଇବା ଦ୍ୱାରା ପେଟରେ ବ୍ୟାକ୍ଟେରିଆ ଓ ଜୀବାଣୁ ନଷ୍ଟ ହୋଇଯାଏ, ଫଳରେ ଭଲ ହଜମ ହୋଇଥାଏ । ଏଥିରେ ଉତ୍ତମ ପରିମାଣର ଦ୍ରବଣୀୟ ଫାଇବର ପେକ୍ଟିନ୍ ମିଳିଥାଏ । ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ, ବିଶେଷକରି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।


