Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସମାଲୋଚନା ପରେ ହେଜିଲା: ବିଜେଡି ଟ୍ୱିଟର ହ୍ୟାସଟ୍ୟାଗକୁ ନାପସନ୍ଦ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିମିଳିପାଳ ଅଭୟାରଣ୍ୟ ଜଳୁଥିବାବେଳେ କ୍ରିକେଟ ମ୍ୟାଚ୍ ଆୟୋଜନ କରି ନିଜର ରାଜନୀତିକ ଫାଇଦା ଖୋଜୁଥିବା ବିଜେଡିକୁ ବିଭିନ୍ନ ମହଲରୁ ସମାଲୋଚନା ପରେ ଦଳ ନିଜର ତ୍ରୁଟି ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି । ବିଜେପି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ପହଂଚାଇ ତ୍ୱରିତ୍ ହସ୍ତକ୍ଷେପ ଲୋଡ଼ିଥିବାବେଳେ କଂଗ୍ରେସ ନିଜର ପ୍ରତିନିଧିଦଳ ପଠାଇ ଶିମିଳିପାଳର ସୁରକ୍ଷା ନେଇ ସରକାରଙ୍କ ଦାୟିତ୍ୱହୀନତା ଉପରେ ପ୍ରଶ୍ନ ଉଠାଇଛି । ବିଜେପି ଓ କଂଗ୍ରେସର ଏଭଳି ପ୍ରୟାସ ପରେ ବିଭିନ୍ନ ମହଲରୁ ବିଜେଡିର ମୟୂରଭଞ୍ଜ ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚକୁ ସମାଲୋଚନା ହେବାରୁ ଦଳ ନିଜର କର୍ମୀମାନଙ୍କୁ ଏବେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିବା ସହ ଏଭଳି ଏକ ହ୍ୟାସଟ୍ୟାଗ୍ ଟ୍ୱିଟରରେ ଆରମ୍ଭ କରିଛି ଯାହାକୁ ପୁଣି ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।
ଶିମିଳିପାଳ ଜଙ୍ଗଲ ଜଳୁଥିବାବେଳେ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ଉଭୟ ବିଜେପି ଓ କଂଗ୍ରେସ ଏନେଇ ଉଦବେଗ ବ୍ୟକ୍ତ କରି ସରକାର ତୁରନ୍ତ ନିଆଁ ଲିଭାଇବାକୁ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ । ଏପରିକି ଫେବୃୟାରୀ ୨୮ତାରିଖରେ ସାତକୋଶିଆରେ ଥିବା ଇକୋ ରିଟ୍ରିଟ୍ ଟେଣ୍ଟରେ ନିଆଁ ଲାଗିଥିବାବେଳେ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ଓଲଟା ଶାସକ ବିଜେଡି ନିଜର ରାଜନୀତିକ ଉଦ୍ଦେଶ୍ୟ ପୂରଣ ପାଇଁ ବାରିପଦାରେ ଦଳୀୟ କର୍ମୀଙ୍କ ମଧ୍ୟରେ ମୟୂରଭଞ୍ଜ ପ୍ରିମିୟର ଲିଗ୍ ଆୟୋଜନ କରିଥିଲା । ଆଉ ଗତ ୭ତାରିଖ (ମାତ୍ର ୪ଦିନ ତଳେ) ସେଥିରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କଠୁ ଆରମ୍ଭ କରି ମନ୍ତ୍ରୀ ଅରୁଣ ସାହୁ, ତୁଷାରକାନ୍ତି ବେହେରା, ଦିବ୍ୟଶଙ୍କର ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବହୁ ନେତା ଏକଜୁଟ ହୋଇ କ୍ରିକେଟ୍ ଖେଳିବା ସହ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ସେତେବେଳକୁ ଶିମିଳିପାଳ ଜଙ୍ଗଲ ଜଳୁଥିଲା ଓ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗି ସାରିଥାନ୍ତି । ଆଉ ସେପର୍ଯ୍ୟନ୍ତ ଶାସକ ବିଜେଡି ଭଳି ରାଜ୍ୟ ସରକାର ବି ବେଫକିର ହୋଇ ବସିଥାନ୍ତି । କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ଟ୍ୱିଟ୍ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ମାର୍ଚ୍ଚ ୮ରେ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କଲେ ।
ବିକେଡି ସଂଗଠନ ସମ୍ପାଦକ ଓ ଅନ୍ୟ ପ୍ରଭାବଶାଳୀ ନେତାମାନେ ମାର୍ଚ୍ଚ ୭ତାରିଖରେ ବାରିପଦାରେ କ୍ରିକେଟ ଖେଳରେ ବ୍ୟସ୍ତ ଥିବାବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜସ୍ତରରେ ଶିମିଳିପାଳକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ନିଆଁ ଲିଭାଇବା ନିମନ୍ତେ ରାଜ୍ୟ ସରକାର ଉପରେ ଚାପ ପ୍ରୟୋଗକୁ ଜୋରଦାର କରିସାରିଥାନ୍ତି । ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲା । କଂଗ୍ରେସ ମଧ୍ୟ ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ଶିମିଳିପାଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ସମାଲୋଚନା କରିଥିଲା ।
ବିଜେଡି ଏବେ ସବୁସ୍ତରରୁ ସମାଲୋଚନା ହେବାପରେ ଗତ୨-୩ଦିନ ଧରି ନିଜର କର୍ମୀମାନଙ୍କୁ ଶିମିଳିପାଳରେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରିଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶିମିଳିପାଳ ଯାଇ ନିଆଁ ଲିଭାଉଥିବା ଦଳୀୟ କର୍ମୀଙ୍କୁ ସହଯୋଗ କରିଛନ୍ତି । ଅବଶ୍ୟ ବିଜେଡିର ଏହି ନିଆଁଲିଭା ଡ୍ରାମା ସେଠାରେ ବର୍ଷା ହେବାପରେ ଆରମ୍ଭ ହୋଇଛି । ଆଉ ଶିମିିଳିପାଳ ପାଇଁ ବିଜେଡି ନିଜର ତତ୍ପରତାକୁ ଦେଖାଇ ହେବାକୁ ବା ପ୍ରଚାର ଉଦ୍ଦେଶ୍ୟରେ ‘ଟ୍ୱିଟର’ରେ “ବିଜେଡିୱିଥଶିମିଳିପାଳ” ନାଁରେ ଏକ ହ୍ୟାସଟ୍ୟାଗ ଆରମ୍ଭ କରିଛି । ଯାହାକୁ ବିଜେଡି ନେତାମାନେ ବହୁଳ ପରିମାଣରେ ଶେୟାର କରି ନିଜର ଅପାରଗତାକୁ ଲୁଚାଇବାକୁ ଉଦ୍ୟମ କରିଛନ୍ତି । ଏପଟେ ବିଜେଡିର ଏଭଳି ହ୍ୟାସଟ୍ୟାଗକୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଶିମିଳିପାଳ ଜଳୁଥିବାବେଳେ ରାଜ୍ୟ ସରକାର ବିଶେଷ ତତ୍ପରତା ନଦେଖାଇବାରେ କ୍ଷୁବ୍ଧ ହୋଇ ସର୍ବପ୍ରଥମେ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ସୋସିଆଲ ମିଡିଆ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ସରକାର,ଜାତୀୟ ଗଣମାଧ୍ୟମ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତା’ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିଲା । ଏହାପରେ ବିଜେପି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟିବା ପରେ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ଟିମ୍ ଗଠନ କରି ଓଡ଼ିଶା ପଠାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top