Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ସରକାରୀ ଖର୍ଚ୍ଚରେ ହେଲିକପ୍ଟର ନେଇ ଦଳୀୟ କାମ କରୁଛନ୍ତି ସଞ୍ଜୟ ଓ ବବି’

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦଳୀୟ ସଂଗଠନ କାର୍ଯ୍ୟ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ବୁଲୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ମଣ୍ଡିରୁ ତୁରନ୍ତ ଧାଡ଼ ଉଠିବା ଓ ଚାଷୀଙ୍କ ବିରୋଧରେ ଦାଖଲ ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେପି ଦାବି କରିଛି ।
ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚଳିତମାସ ୨ ତାରିଖରେ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଯାଇଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତୀ ଗୃହର ଭିତିପ୍ରସ୍ତର ସ୍ଥାପନର ଭୂମିପୂଜା ରଖାଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ ଟଙ୍କାରେ ହେବାକୁ ଯାଉଛି ତଥାପି ସ୍ଥାନୀୟ ବିଧାୟକ, ବ୍ଲକ ଅଧ୍ୟକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସେଦିନ ଭୁବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ହେଲିକପ୍ଟରରେ ନ ନେଇ ଯାଜପୁରର ବିଧାୟକ ପ୍ରଣବପ୍ରକାଶଙ୍କୁ ନିଆଗଲା । ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ପ୍ରଯୁଜ୍ୟ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ସେହି ଦିନ ରାଇଘରରେ କିଛି କଂଗ୍ରେସ ନେତା ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଦଳୀୟ କାମ ପାଇଁ ବିଜେଡିର ଏହି ଦୁଇ ନେତା ହେଲିକପ୍ଟରରେ ଯାଇଥିଲେ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଚାଷୀ କାନ୍ଦୁ ଥିବାବେଳେ ବିଜେଡି ନେତାମାନେ ସାଧାରଣ ଲୋକଙ୍କ ଟଙ୍କାରେ ହେଲିକପ୍ଟର ଚଢି ନିଜ ଦଳର ସାଙ୍ଗଠନିକ କାମ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ କଥା ।
ସେହିପରି ଧାନ କିଣାକୁ ନେଇ ରାଜ୍ୟରେ ବହୁତ ସମସ୍ୟା ଲାଗି ରହିଛି । ନଭେମ୍ବରରୁ ଧାନ ଅମଳ ହୋଇଥିଲେ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା । ଏହାକୁ ନେଇ ଚାଷୀ ହତାଶ ହୋଇଥିଲେ । ବାଧ୍ୟ ହୋଇ କିଛି କ୍ଷୁଦ୍ର,ନାମମାତ୍ର ଓ ଭାଗ ଚାଷୀ ଦଲାଲ ଓ ମିଲ ମାଲିକଙ୍କୁ କମ୍ ଦାମ୍‌ରେ ଧାନ ବିକିଲେ; ଯାହାକି ସରକାର ଚାହୁଁଥିଲେ । କିଛି ଅସାଧୁ ଦଲାଲ ଓ ମିଲ ମାଲିକ ଜାଲ୍ କାଗଜ-ପତ୍ର କରି ନିଜକୁ ଭାଗ ଚାଷୀ ଦେଖାଇ ମଣ୍ଡିକୁ ଧାନ ଆଣିଲେ । ଆଶ୍ଚର୍ଯ୍ୟର କଥା, ସରକାର ସ୍ୱଚ୍ଛଳତା ପାଇଁ ଟୋକନ ବ୍ୟବସ୍ଥା କରିଥିବା କହୁଥିଲେ ମଧ୍ୟ, ଏପରି ଦଲାଲ ଓ ମିଲ୍ ମାଲିକଙ୍କର ଟୋକନ୍ କିପରି ପ୍ରଥମେ ଆସିଲା? ଆଜିବି ପ୍ରକୃତ ଚାଷୀର ଧାନ ଉଠୁ ନାହିଁ । ଅଳ୍ପ କିଛି ମଣ୍ଡିକୁ ଛାଡିଦେଲେ, କୌଣସି ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ; ଏପରିକି ଚାଷୀଙ୍କ ପାଇଁ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ । ଚାଷୀକୁ ଅଖା ପଇସା ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଶ୍ରୀ ମାଝୀ ଦାବି କରିଛନ୍ତି ଯେ, ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ଧାନ ଉଠୁନଥିବାରୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେଉ । ଆଉ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର ହେଉା ଦଳୀୟ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବିଜେଡି ବହନ କରୁ । ୨୪ ଘଂଟାରେ ଧାନ ଉଠିବା ନେଇ ଯୋଜନାବୋର୍ଡ ଉପାଧ୍ୟକ୍ଷ ପ୍ରତିଶ୍ରୁତିି ଦେଇଥିଲେ ମଧ୍ୟ କାହିଁକି ଧାନ ଉଠି ନାହିଁ ତାର ଜବାବ ଦିଆଯାଉ ଓ ଧାନ କେବେ ଉଠିବ ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ଅବସରରେ ଦଳର ମୁଖପାତ୍ର ସୋନାଲୀ ସାହୁ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top