Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ସିଏଜି : ୧୯୩୯କୋଟିର ରାଜସ୍ୱ ହରାଇଛି ଓଏମସି

ଭୁବନେଶ୍ୱର : ସରକାରଙ୍କ ତ୍ରୁଟିପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଯୋଗୁ ଅନେକ ସାମାଜିକ ଯୋଜନା ନିଜର ବାସ୍ତବ ଲକ୍ଷ୍ୟ ହାସଲ କରିପାରି ନାହିଁ । ଏପରିକି ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ରାଜ୍ୟର ୧୫ଟି ସରକାରୀ ଉଦ୍ୟୋଗ ୫୦୭କୋଟି ଟଙ୍କା କ୍ଷତି ସହିଥିବାବେଳେ ୩୦,୫୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଅନାଦେୟ ହୋଇ ପଡ଼ି ରହିଛି । ସେହିପରି ଗ୍ର।।ମାଞ୍ଚଳ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଟାର୍ଗେଟ୍ର ମାତ୍ର ୦ରୁ ୪ ପ୍ରତିଶତ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଉପସ୍ଥାପିତ କରିଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି ।ଭୁବନେଶ୍ୱର : ସରକାରଙ୍କ ତ୍ରୁଟିପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଯୋଗୁ ଅନେକ ସାମାଜିକ ଯୋଜନା ନିଜର ବାସ୍ତବ ଲକ୍ଷ୍ୟ ହାସଲ କରିପାରି ନାହିଁ । ଏପରିକି ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ରାଜ୍ୟର ୧୫ଟି ସରକାରୀ ଉଦ୍ୟୋଗ ୫୦୭କୋଟି ଟଙ୍କା କ୍ଷତି ସହିଥିବାବେଳେ ୩୦,୫୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଅନାଦେୟ ହୋଇ ପଡ଼ି ରହିଛି । ସେହିପରି ଗ୍ର।।ମାଞ୍ଚଳ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଟାର୍ଗେଟ୍ର ମାତ୍ର ୦ରୁ ୪ ପ୍ରତିଶତ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଉପସ୍ଥାପିତ କରିଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି । ପରେ ରାଜ୍ୟ ମୁଖ୍ୟ ଏଜି ଯଶୋଧାରା ରାୟ ଚୌଧୁରୀ, ଆକାଉଣ୍ଟାଣ୍ଟ ଜେନେରାଲ ବି.ଡି.ବସନ୍ତିଆ ଓ ବରିଷ୍ଠ ଅଧିକାରୀମାନେ ମୋଟ ୭ଟି ସିଏଜି ରିପୋର୍ଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ୨୦୧୭ ମାର୍ଚ୍ଚ ସମାପ୍ତି ବର୍ଷ ପାଇଁ ସିଏଜି ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟର ଶୂନ ପ୍ରତିଶତ ଓ ବିଜୁ ପକ୍କାଘର ଯୋଜନାର ମାତ୍ର ୪ ପ୍ରତିଶତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ଦୁଇ ଗ୍ରାମାଞ୍ଚଳ ଆବାସିକ ଯୋଜନା ଉଭୟ ଆର୍ଥିକ ଓ ବାସ୍ତବ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬୮୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ଆର୍ଥିକ ଟାର୍ଗେଟ୍ ରହିଥିବାବେଳେ ଏଥିରୁ ୫୫ ପ୍ରତିଶତ ୯୨୩କୋଟି ଟଙ୍କା ଉପଯୋଗ ହୋଇଥିଲା । କିନ୍ତୁ ଗୃହ ନିର୍ମାଣର ବାସ୍ତବ ଲକ୍ଷ୍ୟ ଶୂନ ରହିଥିଲା । ଅର୍ଥାତ୍ ୩ଲକ୍ଷ ୯୬,୧୦୨ଟି ଘର ନିର୍ମାଣ ପାଇଁ ଟାର୍ଗେଟ୍ ଥିବାବେଳେ ମାତ୍ର ୩୪୩ଟି ଘର ନିର୍ମାଣ ହୋଇଥିଲା । ସେହିପରି ବିଜୁ ପକ୍କାଘର ଯୋଜନାରେ ୭୦୦ କୋଟି ଟଙ୍କା ଟାର୍ଗେଟ୍ରୁ ମାତ୍ର ୩୯୮ କୋଟି(୫୭ %) ଖର୍ଚ୍ଚ ହୋଇଥିଲା । କିନ୍ତୁ ଏହି ଅବଧିରେ ୬୨,୪୧୬ଟି ଗୃହ ନିର୍ମାଣ ପାଇଁ ଟାର୍ଗେଟ୍ ଥିବାବେଳେ ମାତ୍ର ୨୬୩୬ଟି ଘର(୪%) ନିର୍ମାଣ ହୋଇପାରିଥିଲା । ସେହିପରି ମତ୍ସ୍ୟଜୀବୀ ବାସଗୃହ ଯୋଜନାରେ  ଗୋଟିଏ ବି ଘର ନିର୍ମାଣ ହୋଇନାହିଁ । ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏଥିପାଇଁ ଉଦ୍ଦିଷ୍ଟ ପାଣ୍ଠି ୬.୮୬କୋଟି ଟଙ୍କାକୁ ଟ୍ରେଜେରୀରୁ ଉଠାଇ ଆଣି ବ୍ୟାଙ୍କ ଖାତାରେ ରଖି ସରକାର ପାଣ୍ଠି ଉପଯୋଗ ହୋଇଥିବା ଦର୍ଶାଇଥିଲେ । ୨୦୧୫-୧୬ରେ ଏହି ଯୋଜନାରେ ସମସ୍ତ ପାଣ୍ଠି ଉପଯୋଗ ହୋଇଥିଲେ ମଧ୍ୟ ବାସ୍ତବ ଟାର୍ଗେଟ୍ ମାତ୍ର ୩ ପ୍ରତିଶତ(ଗୃହ ନିର୍ମାଣ) ହୋଇଥିବା ଜଣାପଡ଼ିଛି । ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକାନିର୍ବାହ ଯୋଜନାରେ ୨.୫୩କୋଟି ଟଙ୍କା ବିନିଯୋଗ ଦର୍ଶାଯାଇଥିଲେ ମଧ୍ୟ ତାହା କେବଳ ବ୍ୟାଙ୍କରେ ପଡ଼ି ରହିଥିଲା । ଗୋଟିଏ ବି ବୋଟ୍ କିଣା ଯାଇନଥିବା ସିଏଜି ଦର୍ଶାଇଛନ୍ତି । ସେହିପରି ଆଦିବାସୀ ଉପଯୋଜନାକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ୧୨୭କୋଟି ଟଙ୍କା ଥିବାବେଳେ ୧୩୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ବାସ୍ତବ ଲକ୍ଷ୍ୟ ହାସଲ ହୋଇପାରିନାହିଁ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ନିର୍ମାଣ ପାଇଁ ୨୬୩କୋଟି ଟଙ୍କାରୁ ୨୧୬(୮୨ପ୍ରତିଶତ) ଖର୍ଚ୍ଚ ହୋଇଛି । କିନ୍ତୁ ୬୩୯ଟି ପ୍ରକଳ୍ପରୁ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇନାହିଁ ।ସେହିପରି ମନରେଗା ଯୋଜନାରେ ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ୮୩.୨୨ଲକ୍ଷ ପରିବାର ମଧ୍ୟରୁ ୬୩.୯୮ଲକ୍ଷ ପରିବାର(୭୭%) ପଞ୍ଜିକୃତ ହୋଇଥିଲେ । ଏହି ପଞ୍ଜିକୃତ ପରିବାର ମଧ୍ୟରୁ ୨୬ରୁ ୩୭ ପ୍ରତିଶତ କାମ ଦାବି କରିଥିଲେ । କିନ୍ତୁ ଏହି ପରିବାର ମଧ୍ୟରୁ ୧୦୦ଦିନକ କାମ ପାଇଥିବା ପରିବାର ସଂଖ୍ୟା ମାତ୍ର ୨ରୁ ୯ ପ୍ରତିଶତ ଥିଲା । ନମୂନା ଯାଞ୍ଚବେଳେ ଏହି ଯୋଜନାରେ ଶ୍ରମ ଦିବସ ଓ ପ୍ରକୃତ ସଫଳତାରେ ବ୍ୟାପକ ତାରତମ୍ୟ ରହିଥିଲା । ଚଞ୍ଚକତା,ବିନା ମଷ୍ଟର୍ ରୋଲ୍ ଓ ବିନା ପ୍ରାପ୍ତିସ୍ୱୀକାରରେ ଅର୍ଥ ପ୍ରଦାନ ହେଉଥିବା ସିଏଜିଙ୍କ ନଜରକୁ ଆସିଛି । ଅଯଥା କାର୍ଯ୍ୟ ନିଷ୍କାଦନ ଯୋଗୁ ଅପବ୍ୟୟ ଓ ମାତ୍ରାଧିକ ଖର୍ଚ୍ଚ ଏବଂ ଅଗ୍ରାହ୍ୟ କାର୍ଯ୍ୟ ପାଇଁ ମଧ୍ୟ ଅର୍ଥ ପ୍ରଦାନ ହୋଇଛି । ସେହିପରି ଏହି ଯୋଜନାରେ ବେକାର ଭତ୍ତା ଯୋଗାଇବାର ପ୍ରାବଧାନ ଥିବାବେଳେ କାମ ଦାବି କରି ପାଇନଥିବା ଜବ୍କାର୍ଡଧାରୀଙ୍କୁ ସରକାର ଏହା ଯୋଗାଇବାରେ ବିଫଳ ହୋଇଛନ୍ତି । ଏପରିକି ଜବକାର୍ଡଧାରୀଙ୍କୁ କମ୍ ପାରିଶ୍ରମିକ ମଧ୍ୟ ଦିଆଯାଇଛି ।ସେହିପରି ଓଡ଼ିଶା ଖଣି ନିଗମ ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ଧାର୍ଯ୍ୟ ଉତ୍ପାଦନ ଲକ୍ଷ୍ୟକୁ ହାସଲ କରିପାରିନଥିବାରୁ ୧୮୩୮.୯୮ କୋଟି ଟଙ୍କାର ରାଜସ୍ୱ ଉପାର୍ଜନର ସୁଯୋଗ ହାତଛଡ଼ା କରିଛି । ୧୧୪.୪୫ଲକ୍ଷ ମେଟ୍ରିକ ଟନ୍ ଲୁହାପଥର ଓ ୨.୭୦ଲକ୍ଷ ମେଟ୍ରିକ ଟନ୍ କ୍ରୋମପଥର କମ୍ ଉତ୍ପାଦନ ହୋଇଥିଲା । ସେହିପରି ପ୍ରାକୃତିକ ଲୁହାପଥର ଗୁଣ୍ଡ ଅଲଗା ନକରିବାରୁ ୧୩୮.୬୩ କୋଟି ଟଙ୍କାର ଅଯଥା ବ୍ୟୟ ହୋଇଛି । ସେିହପରି ଖଣିର ଜଙ୍ଗଲ ଅନୁମତି ପାଇବା ପାଇଁ ବିଳମ୍ବିତ ପଦକ୍ଷେପ ଯୋଗୁ ଖଣିଜ ପଦାର୍ଥଗୁଡ଼ିକୁ ପୃଥକ୍ ଗଦାରେ ରଖିବା ପାଇଁ ସ୍ଥାନର ଅଭାବ ଥିଲା । ୧୯୫୯ ମସିହାରୁ ଓଏମ୍ସିକୁ ୧୭,୮୨୭ ହେକ୍ଟର ଜମି ବିଶିଷ୍ଟ ୩୪ଟି ଖଣିର ପଟ୍ଟା ମଞ୍ଜୁର ହୋଇଥିଲେ ମଧ୍ୟ ୨୦୧୨-୧୭ ମସିହା ମଧ୍ୟରେ ମାତ୍ର ୪୩୩୫ ହେକ୍ଟର ଜମି ବିଶିଷ୍ଟ ୬ଟି ଖଣି କାର୍ଯ୍ୟକ୍ଷମ ଥିଲା । ସେହିପରି ରାଜ୍ୟରେ ମୋଟ ୫୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩୫ଟି ଉଦ୍ୟୋଗ ୨୦୨୮କୋଟି ଟଙ୍କାର ଲାଭ କରିଥିବାବେଳେ ୧୫ଟି ଉଦ୍ୟୋଗ ୫୦୭.୩୬ କୋଟି ଟଙ୍କା କ୍ଷତି ସହିଛନ୍ତି । ସେହିପରି ମୋଟର ଯାନ ଟିକସର କମ୍ ମୂଲ୍ୟାଙ୍କନ ଓ ଅନ୍ୟାନ୍ୟ ଅନିୟମିତତା ଯୋଗୁ ଏଭଳି ୧ଲକ୍ଷ ୧୫ହଜାର ମାମଲାରେ ରାଜକୋଷକୁ ୮୬.୫୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ସେହିପରି ଓଡ଼ିଶା ଜେନେରାଲ ଫାଇନାନ୍ସ ରୁଲ୍କୁ ଉଲ୍ଲଘଂନ କରି ୩୫ଟି ବିଭାଗ ମୋଟ ୩୦ହଜାର ୫୩୩କୋଟି ୯୫ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ପକାଇ ରଖିଛନ୍ତି । ୨୦୧୧-୧୨ ମସିହା ପର୍ଯ୍ୟନ୍ତ ଏହି ବକେୟା ୟୁସି ପରିମାଣ ୨୯୮୬ କୋଟି ଟଙ୍କା ଥିବାବେଳେ ଏହା ପ୍ରତିବର୍ଷ ବୃଦ୍ଧି ପାଇ ୨୦୧୭ ମାର୍ଚ୍ଚ ସୁଦ୍ଧା ୩୦ହଜାର ୫୩୪କୋଟି ଟଙ୍କାରେ ପହଞ୍ôଚଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top