Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆକଳନ ହେବନି ରତ୍ନଭଣ୍ଡାର ଅଳଙ୍କାର

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାର ଓ ଆଭୂଷଣ ଆକଳନ କରାଯିବାର କୌଣସି ପ୍ରସ୍ତାବ ନାହିଁ । ସମସ୍ତ ବିଧି ବ୍ୟବସ୍ଥା ପାଳନ କରାଯାଇ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ରତ୍ନଭଣ୍ଡାରର ଛାତ ଏବଂ କାନ୍ଥର ସ୍ଥିତି ଯାଞ୍ଚ କରାଯିବ । ଏହି ଯାଞ୍ଚରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି । ଆଜି ରତ୍ନଭଣ୍ଡାର ସବ୍କମିଟି ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ରତ୍ନଭଣ୍ଡାର ଯାଞ୍ଚ ପାଇଁ କେଉଁମାନେ ଯିବେ ଓ କିପରି ଯାଞ୍ଚ କରାଯିବ ତାହା ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯାଇ ସ୍ଥିରିକୃତ ହେବ । ନିର୍ଦ୍ଧିଷ୍ଟଭାବେ କେବେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ ତାହା ସ୍ଥିର ହେବାପରେ ସମସ୍ତଙ୍କୁ ଜଣାଇ ଦିଆଯିବ । ଏହି ଯାଞ୍ଚ ସମୟରେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ଆକଳନ ପାଇଁ କୌଣସି ପ୍ରଚେଷ୍ଟା ହେବ ନାହିଁ । ସ୍ଥିତି ଯାଞ୍ଚ ପାଇଁ ରତ୍ନଭଣ୍ଡାର ଖୋଲାଯିବା ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରେ ଲାଗିରହିଥିବା ବିବାଦ ଓ ବିରୋଧର ପୃଷ୍ଠଭୂମିରେ ଆଜି ରତ୍ନଭଣ୍ଡାର ସବକମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ଅନୁମତି, ଆଇନରେ ରହିଥିବା ବ୍ୟବସ୍ଥା ଓ ସେବାୟତମାନଙ୍କ ସହ ଆଲୋଚନା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର ହୋଇଥିଲା । ଶ୍ରୀମନ୍ଦିର ସୁରକ୍ଷା ଓ ସ୍ଥାୟିତ୍ୱ ପାଇଁ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣର ଆବଶ୍ୟକତା ବିଷୟରେ ଯାଞ୍ଚ କରାଯିବ । ଏହି ଯାଞ୍ଚ କାର୍ଯ୍ୟ ପାଇଁ ସମସ୍ତ ବିଧିବ୍ୟବସ୍ଥା ପାଳନ କରାଯିବା ସହ ସ୍ୱଚ୍ଛତା ଉପରେ ସଂପୂର୍ଣ୍ଣ ଗୁରୁତ୍ୱ ଦିଆଯିବ । ଶ୍ରୀ ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯିବା ନେଇ କେତେକ ଗଣମାଧ୍ୟମରେ ସମ୍ବାଦ ପ୍ରସାରିତ ହୋଇଛି ଯାହା ତଥ୍ୟ ପ୍ରମାଣ ଉପରେ ଆଧାରିତ ନୁହେଁ । ମାନ୍ୟବର ହାଇକୋର୍ଟ ରତ୍ନ ଆକଳନ ସଂପର୍କରେ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । ତେଣୁ କେବଳ କାନ୍ଥ ଓ ଛାତର ଯାଞ୍ଚ କରାଯିବ । ରତ୍ନଭଣ୍ଡାରରେ ଥିବା କୌଣସି ଅଳଙ୍କାର କିମ୍ବା ଆସବାବପତ୍ର କେହି ସ୍ପର୍ଶ କରିବେ ନାହିଁ । ଦୀର୍ଘ ୬ଶହ ବର୍ଷପରେ ରତ୍ନଭଣ୍ଡାର ଖୋଲା ଯାଉଥିବା ନେଇ ପ୍ରକାଶିତ ସମ୍ବାଦ ତଥ୍ୟ ଭିତ୍ତିକ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି । ସେ କହିଥିଲେ ଯେ ବିଂଶ ଶତାଦ୍ଦୀର ପ୍ରଥମ ଦଶନ୍ଧିରେ ୧୯୨୬ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଆକଳନ କରାଯାଇଥିଲା । ୧୯୭୮ ମସିହାରେ ମଧ୍ୟ ରତ୍ନଭଣ୍ଡାରର ବିସ୍ତୃତ ଆକଳନ କରାଯାଇଥିଲା । ୧୯୨୬ ମସିହାରେ ହୋଇଥିବା ଆକଳନ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ବା ରେକର୍ଡ ଅଫ୍ ରାଇଟସର ଅଂଶବିଶେଷ ହୋଇରହିଛି । ୧୯୭୮ ମସିହାରେ ଯେଉଁ ଯାଞ୍ଚ କରାଯାଇଥିଲା ସେ ସଂପର୍କିତ ୧୨୪ ପୃଷ୍ଠାର ତଥ୍ୟ ରହିଛି । ଅବ୍ୟବହୃତ ଅଳଙ୍କାର ଭିତର ଭଣ୍ଡାରରେ ଗଚ୍ଛିତ ରହିଛି । ୧ରୁ ୧୧୮ପୃଷ୍ଠାରେ ବାହାର ଭଣ୍ଡାରରେ ଥିବା ଅଳଙ୍କାରର ତାଲିକା ଉଲ୍ଲିଖିତ ରହିଥିବା ବେଳେ ୧୧୯ରୁ ୧୨୪ପୃଷ୍ଠା ପର୍ଯ୍ୟନ୍ତ ନିତ୍ୟ ବ୍ୟବହୃତ ଗହଣାର ତାଲିକା ରହିଛି । ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ୭୦ରୁ ୭୫ଦିନ ସମୟ ଲାଗିଥିଲା । ଭିତର ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ଏଥିପାଇଁ କିଛି ସର୍ତ୍ତ ଆରୋପ କରାଯାଇପାରେ । ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଛତିଶାନିଯୋଗର ବୈଠକ ଡକାଯିବ । ସବୁ ବିଷୟରେ ଆଲୋଚନା କରାଯାଇ ବିସ୍ତୃତ ଏସଓପି ପ୍ରସ୍ତୁତ କରାଯିବ । ଇତି ମଧ୍ୟରେ ଏଏସଆଇ ଟିମ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତର ସ୍ଥିତି ଯାଞ୍ଚ କରିଛନ୍ତି । ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚଞ୍ଚବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶର କୌଣସି ବ୍ୟତିକ୍ରମ କରାଯିବ ନାହିଁ ଏବଂ ସମସ୍ତ କାର୍ଯ୍ୟ ନିୟମର ପରିସରରେ ସଂପୂର୍ଣ୍ଣ ସ୍ୱଚ୍ଛଭାବେ କରାଯିବ ବୋଲି ସେ କହିଛନ୍ତି । । ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚଞ୍ଚ ନେଇ ଭକ୍ତ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଭଳି ତଥ୍ୟ ଉପରେ ଆଧାରିତ ନଥିବା କୌଣସି ସମ୍ବାଦ ପ୍ରସାରଣ ନକରିବା ପାଇଁ ଶ୍ରୀ ଜେନା ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top