Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି ଓ କଂଗ୍ରେସ

ରାଜ୍ୟ ସରକାର ବିଧାନସଭାରେ ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି ଏ ବିଜେପି ସରକାର ମିଛୁଆ ରାଧୁଆର ସରକାର । ବିଜେପି ସରକାରକୁ ଆସିବା ପୂର୍ବରୁ ଯାହା ଘୋଷଣା କରିଥିଲା ଏବେ ତାହାର ପ୍ରତିଫଳନ ହେଉନି।ସାଧାରଣ ଲୋକ ବିଜେପିର ମିଛ ପ୍ରଲୋଭନରେ ଫସି ଯାଇଛନ୍ତି । ଏହି ପଇସାରେ ମହିଳା କଣ କରିବେ ? ଓଡିଶାର ପାଖାପାଖି ୧କୋଟି ମହିଳା ବଞ୍ଚିତ ହେଇଯିବେ ।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି ଖରା ବେଳେ ମହିଳା ମାନଙ୍କୁ ସ୍ୱପ୍ନ ଦେଖାଇ ଠକି ଦେଲେ ରାଜ୍ୟ ସରକାର। ସୁଭଦ୍ରା ଯୋଜନାକୁ ନେଇ ଆସି ଆସିଥିବା ଏସଓପିରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ମିଳିବ। ଅର୍ଥାତ ମାସକୁ ୮୩୩ ଟଙ୍କା। ଏହି ଦିଆଯାଇଥିବା ପଇସା କିପରି ମହିଳା ମାନଙ୍କୁ ସ୍ୱାବଲମ୍ବି ଓ ଲକ୍ଷପତି କରିବ ? ଯେଉଁ ପରିବାରରେ ଦୁଇରୁ ତିନି ଜଣ ମହିଳା ଥିବେ, ସେଠାରେ ମହିଳାଙ୍କ ପିଛା ୨୦୦ ରୁ ୩୦୦ ଟଙ୍କା ରହିବ। ଏଥିରେ ସେମାନେ ସ୍ବାବଲମ୍ବି କେମିତି ହେବେ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top