Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ସୂଚନା ଆଇନ ଉଲ୍ଲଘଂନ କରି ୧୪୪ ଅଫିସର୍ ଦଣ୍ଡିତ

ଭୁବନେଶ୍ୱର : ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଦେବାରେ ଅବହେଳା କରିଥିବା ଯୋଗୁ ୧୪୪ଜଣ ଅଫିସର୍ଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ସେମାନଙ୍କଠୁ ପ୍ରାୟ ୨୨ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଜୋରିମାନା ଆଦାୟ ହୋଇଛି ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ବିଧାନସଭାରେ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସୂଚନା ଆୟୋଗଙ୍କ ପାଖରେ ଚଳିତବର୍ଷ ଫେବୃୟାରୀ ଶେଷସୁଦ୍ଧା ୯୦୫୭ଟି ଦ୍ୱିତୀୟ ଅପିଲ୍ ଓ ୧୬୧୨ଟି ଅଭିଯୋଗ ବିଚାରାଧୀନ ରହିଛି । ୨୦୧୫ ମସିହାରୁ ୨୦୧୮ ଫେବୃୟାରୀ ଶେଷ ସୁଦ୍ଧା ମୋଟ ୪୮୮୬ଟି ଦ୍ୱିତୀୟ ଅପିଲ୍ ଓ ୫୨୬ଟି ଅଭିଯୋଗ ମାମଲାର ଶୁଣାଣି କରାଯାଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ସେହିଭଳି ଫଇସଲା ହୋଇଥିବା ଅଭିଯୋଗ ମାମଲା ମଧ୍ୟରୁ ୨୦୧୫ରେ ୧୬ଟି, ୨୦୧୬ରେ ୧୩୬ଟି, ୨୦୧୭ରେ ୨୭୬ଟି ଓ ୨୦୧୮ ଦୁଇ ମାସ ମଧ୍ୟରେ ୪୫ଟିର ଫଇସଲା ହୋଇଛି । ସୂଚନା ପ୍ରଦାନରେ ଅବହେଳା ଯୋଗୁ ୧୦୪ଟି ବିଭିନ୍ନ କାର୍ଯ୍ୟାଳୟର ୧୪୪ଜଣ ଅଫିସର୍ଙ୍କୁ ଅର୍ଥ ଦଣ୍ଡ ଦେବାକୁ ପଡ଼ିଛି । ସେମାନଙ୍କଠାରୁ ୨୨ଲକ୍ଷ ୨୩ହଜାର ୯୯୯ଟଙ୍କା ଆଦାୟ ହୋଇଥିବାବେଳେ ଆୟୋଗଙ୍କ ରାୟ ବିରୋଧରେ ୧୮ଜଣ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ସମସ୍ତ ଅଫିସର୍ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ପାଇଥିବା ଶ୍ରୀ ଜେନା ଦର୍ଶାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top