Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାଧୀନତା ଦିବସରେ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ। ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ ବୋଲି ଅଭିଭାଷଣରେ କହିଛନ୍ତି।ଦେଶ ପରାଧୀନ ବିରୋଧରେ ଲମ୍ବା ଲଢ଼େଇ କରିଥିଲା। ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ। ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ।

ବିକଶିତ ଭାରତ ୨୦୪୭ କେବଳ ଭାଷଣ ନୁହେଁ। ଏଥିପାଇଁ ଆମକୁ ଅନେକ ପରାମର୍ଶ ମିଳିଛି, ଦେଶବାସୀଙ୍କ ସ୍ବପ୍ନ ଏଥିରେ ପ୍ରତିଫଳିତ ହେଉଛି।ଭୋକାଲ ଫର ଲୋକାଲ, ଅର୍ଥତନ୍ତ୍ରର ନୂ୍ଆ ମନ୍ତ୍ର ପାଲଟିଛି। ଗ୍ଲୋବାଲ ୱାର୍ମିଂକୁ ନେଇ ଦେଶରେ ଅନେକ କାମ ହୋଇଛି। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକ୍‌ ହେଉଛି। ୧୫ କୋଟି ପରିବାରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ବାସ ଦେଇଛୁ, ଆମେ ଅନେକ ସଂସ୍କାର ଆଣିଛୁ।ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ। ରାଷ୍ଟ୍ରହିତ ଭାବନାକୁ ନେଇ ଆମେ ଆଗକୁ ବଢ଼ୁଛୁ। ନୂଆ ସିଷ୍ଟମ ଉପରେ ଦେଶବାସୀଙ୍କ ଭରସା ବଢ଼ିଛି।ଏହା ଦେଶ ପାଇଁ ସ୍ବର୍ଣ୍ଣିମ କାଳଖଣ୍ଡ କହିଲେ ମୋଦି। ଏହି ସ୍ବର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ ନୁହେଁ।

ଆର୍ଥିକ କ୍ଷେତ୍ରରେ ମହିଳାମାନେ ସ୍ବାବଲମ୍ବୀ ହେଉଛନ୍ତି। SHGରେ ୧୦ କୋଟି ମହିଳା ଯୋଡ଼ି ହୋଇଛନ୍ତି। ମହିଳା ଆତ୍ମନିର୍ଭରଶୀଳ ହେବା ନୂଆ ଆର୍ଥିକ କ୍ରାନ୍ତି। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଛି। ଇଜ୍‌ ଅଫ ଲିଭିଂ ସରକାରଙ୍କ ପ୍ରାଥମିକତା। ସମସ୍ତଙ୍କ ବିକାଶ ଆମର କାର୍ଯ୍ୟଶୈଳୀ। ଅନାବଶ୍ୟକ ଆଇନକୁ ଆମେ ସମାପ୍ତ କରିଛୁଆଇନର ଜଞ୍ଜାଳରୁ ନାଗରିକଙ୍କୁ ମୁକ୍ତି ଦେଇଛୁ। ପଞ୍ଚାୟତସ୍ତରରେ ପ୍ରତିବର୍ଷ ଅତିକମରେ ୨ଟି ସଂସ୍କାର ହେଉ।ପଞ୍ଚାୟତ ସ୍ତରରେ ୨ଟି ସଂସ୍କାର ହେଲେ ଜୀବନଶୈଳୀରେ ପରିବର୍ତ୍ତନ ହେବ। ଲଗାତର ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ମିଳିଛି।

ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା। ଜନତାଙ୍କ ସେବା ଆମର ପ୍ରଥମ ସଂକଳ୍ପ। ଜନତାଙ୍କ ସେବାରୁ ବିକଶିତ ଭାରତ ସମ୍ଭବ। ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି। ମୁଁ ଚାହୁଁଛି, ଯୁବକମାନେ ଶିକ୍ଷା ପାଇଁ ବିଦେଶ ନଯାଆନ୍ତୁ। ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଇଛି।ସେହିଭଳି ଭାରତରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଆମର ଲକ୍ଷ୍ୟ। ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି। ଜି-୨୦ରେ ୨୦୦ରୁ ଅଧିକ ଇଭେଣ୍ଟ ଆୟୋଜିତ ହୋଇଛି। ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ। ତେଣୁ ୨୦୩୬ ଅଲିମ୍ପିକ୍ସ ଭରତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top