ମୁମ୍ବାଇ: ମାଡି ଚାଲିଛି ମହାମାରୀ। ବଲିଉଡରେ ଜାରି ରହିଛି କରୋନାର ଚଡକ। ଗୋଟିଏ ପରେ ଗେଟିଏ ଅଭିନେତା ଓ ଅଭିନେତ୍ରୀ ଏହି ମହାମାରୀରେ ଆକ୍ରାନ୍ତ ହେଉଥିବା ସୂଚନା ମିଳୁଛି। ଏବେ କରୋନା କବଳରେ ଆଉ ଜଣେ ଅଭିନେତ୍ରୀ ଫସିଛନ୍ତି। ବଲିଉଡ ଅଭିନେତ୍ରୀ ସ୍ୱାରା ଭାସ୍କରଙ୍କ ଘରେ ପଶିଛି କିଲର ଭାଇରସ କରୋନା।
ସ୍ୱାରାଙ୍କ ମା’ ଓ ତାଙ୍କ ରୋଷେୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସ୍ୱରା କିନ୍ତୁ ଏହି କିଲର ଭାଇରସରୁ ବର୍ତ୍ତି ଯାଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ତାଙ୍କ ମା’ ଏବଂ ତାଙ୍କ ରୋଷେୟା ଉଭୟଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୁହେଁ ଦିଲ୍ଲୀ ସ୍ଥିତ ଘରେ ଆଇସୋଲେଟ୍ ଅଛନ୍ତି। ତେଣୁ ଦୟାକରି ଡବଲ ମାସ୍କ ଲଗାନ୍ତୁ ଏବଂ ଘରେ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।


