Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୧ହଜାର ନମୁନା ପରୀକ୍ଷା:ଓଡ଼ିଶାରେ ନାହିଁ ବାର୍ଡଫ୍ଲୁ , ଚିକେନ୍‌-ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡଫ୍ଲୁ ଚିହ୍ନଟ ହୋଇନି । ବାହାରୁ ଆସୁଥିବା ପକ୍ଷୀଙ୍କ ମଧ୍ୟରୁ ପ୍ରାୟ ୧୧ହଜାର ନମୁନା ସଂଗ୍ରହ କରାଯାଇଥିଲେ ବି କୌଣସିଟିରେ ଏହି ରୋଗର ଲକ୍ଷଣ ମିଳନି । ଆଜି ମଧ୍ୟ ପ୍ରାୟ ୩୦୦ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଉଛି । କୋଲକାତାଠାରେ ଥିବା ଆଂଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଉଛି ବୋଲି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଉତ୍ପାଦିତ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବିଭାଗ ସ୍ପଷ୍ଟ କରିଥିବାବେଳେ ଏହାକୁ ଖାଇବା ସମୟରେ ଭଲଭାବେ ସିଝାଇବା ନିମନ୍ତେ ପରାମର୍ଶ ଦେଇଛି ।
ବିଭାଗ ପକ୍ଷରୁ କଟକଠାରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ବାର୍ଡଫ୍ଲୁ ସମ୍ବନ୍ଧୀୟ କୌଣସି ତଥ୍ୟ ନିମନ୍ତେ ନିର୍ଦ୍ଦେଶାଳୟର ୩ଜଣ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସେମାନଙ୍କର ମୋବାଇଲ ଫୋନ୍ ନମ୍ବରକୁ ମଧ୍ୟ ସାର୍ବଜନୀନ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଂଚାୟତର ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ ହେବାର ରିପୋର୍ଟ ମିଳିଥିଲା । ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଳ୍ଲାସ୍ତରୀୟ ତ୍ୱରିତ୍ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ତୁରନ୍ତ ସେଠାରେ ପହଂଚି କାର୍ଯ୍ୟ ଆରମ୍ଭ କରିଥିଲେ । ମୃତ କୁକୁଡ଼ାଙ୍କ ମଧ୍ୟରୁ ୫ଟିକୁ ପରୀକ୍ଷଣ ନିମନ୍ତେ ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଥିଲା । ସମସ୍ତ ୫ଟି ନମୁନାର ପରୀକ୍ଷା ପରେ କୌଣସିଟିରେ ଏହି ରୋଗର ଲକ୍ଷଣ ମିଳିନାହିଁ । ସମସ୍ତ ମୃତ କୁକୁଡ଼ାଗୁଡ଼ିକୁ ଗଭୀର ଗାତରେ ବିଶୋଧକ ପ୍ରୟୋଗ କରି ପୋତିଦିଆଯାଇଛି ।
ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଓ ଯେକୌଣସି ପରିସ୍ଥିତିର ସମାଧାନ ପାଇଁ ତତ୍ପର ଅଛନ୍ତି । ବାର୍ଡ ଫ୍ଲୁ ସନ୍ଦେହ କରାଯାଉଥିବା କୌଣସି ସ୍ଥାନକୁ ତୁରନ୍ତ ଗସ୍ତ କରିବା ନିମନ୍ତେ ରାଜ୍ୟସ୍ତରରେ ୯ଟି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରାଯାଇଛି । ଏଥିନିମନ୍ତେ ପ୍ରତି ଜିଲ୍ଲାସ୍ତରରେ ୧୦ରୁ ୧୫ଟି ତ୍ୱରିତ୍ କାର୍ଯ୍ୟକାରୀ ଦଳ ଗଠନ କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top