Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୬ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ‘ମିଶନ ଶକ୍ତି’ ପାଇଁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି, ୬ଟି ଜିଲ୍ଲାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ରେମୁଣାରେ ଏମ୍ସର ସାଟେଲାଇଟ୍ ସେଣ୍ଟର ଖୋଲିବା ପାଇଁ ୨୫ଏକର ଜମି ବିନା ମୂଲ୍ୟରେ ଲିଜରେ ପ୍ରଦାନ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି ।
ଗଣମାଧ୍ୟମ ଉଦ୍ଦେଶ୍ୟରେ ଏକ ଭିଡିଓ ରେକର୍ଡିଂରେ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ, ଇସ୍ପାତ ଓ ଖଣି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମାର୍ଚ୍ଚ ୮ତାରିଖରେ ‘ମିଶନ ଶକ୍ତି’ ବିଭାଗ ଗଠନ ପାଇଁ ଘୋଷଣା କରିବାର ପ୍ରାୟ ବର୍ଷକ ପରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି । ବିଭିନ୍ନ ବିଭାଗ ଓ ସଂସ୍ଥା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ସୁଦୃଢ଼ୀକରଣ କରିବା ସହିତ ସୁଦୂର ପ୍ରସାରୀ କରିବା ନିମନ୍ତେ ଏହି ନୂଆ ବିଭାଗ ସହାୟକ ହେବ । ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଗୁରୁତ୍ୱ ଦିଆଯିବ । ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଓ ଓଡ଼ିଶା ଜୀବିକା ମିଶନ ମିଳିତ ଭାବେ ଗୋଟିଏ ପ୍ଲାଟଫର୍ମରେ କାମ କରିବେ । ଯେଉଁଠି ସମସ୍ତ କାର୍ଯ୍ୟ ଓ ନିର୍ଦ୍ଦିଷ୍ଟ ଦାୟିତ୍ୱ ସୁସଂଗଠିତ ହୋଇ ସଠିକ୍ ଭାବେ କାର୍ଯ୍ୟକାରୀ ହେବ । ଏହି ବିଭାଗ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ମହିଳା ଏସଏଚଜି ଓ ସେମାନଙ୍କର ମହାସଂଘ ପାଇଁ କାର୍ଯ୍ୟ କରିବ ।
ସେହିପରି, ୨୦୨୦-୨୧ ଆର୍ଥିକ ବର୍ଷରେ ଇ-ନିଲାମ ମାଧ୍ୟମରେ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟକୁ ମେଟ୍ରିକ ଟନ୍ ପିଛା ଏକ ହଜାର ଟଙ୍କା ଦରରେ ଓଏମସି ମାଧ୍ୟମରେ ବିକ୍ରି କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି । ରାଜ୍ୟରେ ପ୍ରତିଷ୍ଠିତ ଆଲୁମିନା ରିଫାଇନାରୀକୁ ଓଏମସି ମାଧ୍ୟମରେ ବକ୍ସାଇଟ୍ ଯୋଗାଣ ନିମନ୍ତେ ରାଜ୍ୟ ସରକାର ୨୦୧୮ ଫେବୃୟାରୀ ମାସରେ ନିଜର ଲଙ୍ଗଟର୍ମ ଲିଙ୍କେଜ୍ ନୀତିରେ ସଂଶୋଧନ କରିଥିଲେ । ୨୦୧୯ ମସିହାରେ କେନ୍ଦ୍ର ସରକାର ଜାତୀୟ ଇ-ନିଲାମ ପାଇଁ ଧାତବ ଗ୍ରେଡ୍ ବକ୍ସାଇଟର ହାରାହାରି ବିକ୍ରୟ ମୂଲ୍ୟ(ଆଭରେଜ ସେଲସ ପ୍ରାଇସ) ହିସାବରେ ସୂତ୍ରରେ ସଂଶୋଧନ କରିଥିଲେ । ମାତ୍ର ଏହି ସଂଶୋଧନକୁ ବିରୋକ କରି ଲଙ୍ଗଟର୍ମ ଲିଙ୍କେଜ୍ କ୍ରେତାମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାସହିତ ହାରାହାରି ବିକ୍ରୟ ମୂଲ୍ୟ ହିସାବ ସୂତ୍ରର ସଂଶୋଧନ ପରେ ଓଏମସି ଦ୍ୱାରା ୨୦୨୦ ଅଗଷ୍ଟ ୩୧ରେ ପରିଚାଳିତ ଜାତୀୟ ଇ-ନିଲାମରେ କେହି ଅଂଶଗ୍ରହଣ ମଧ୍ୟ କରିନଥିଲେ ।
ତେଣୁ ଓଡ଼ିଶା ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ତଥା ପୂର୍ବରୁ ଉତ୍ତୋଳିତ ଓ ଗଚ୍ଛିତ ବକ୍ସାଇଟକୁ ନଷ୍ଟ ନହେବାକୁ ନଦେଇ ଏହାକୁ କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଇ-ନିଲାମ ମାଧ୍ୟମରେ ବିକ୍ରୟ ନିମନ୍ତେ ଧାର୍ଯ୍ୟ ହୋଇଥିବା ସମସ୍ତ ବକ୍ସାଇଟକୁ ଏକ ହଜାର ଟଙ୍କା ମେଟ୍ରିକ ଟନ୍ ଦରରେ ଓଏମସି ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ପ୍ରକ୍ରିୟାରେ ଓଡ଼ିଶା ହାଇକୋର୍ଟଙ୍କ ୨୦୨୦ ଅକ୍ଟୋବର ୮ତାରିଖ ରାୟ ଅନୁସାରେ କ୍ରେତାମାନେ କ୍ରୟ କରିଥିବା ବକ୍ସାଇଟ୍ ପାଇଁ ପୃଥକ ମୂଲ୍ୟ ଦେବା ନିମନ୍ତେ ଏକ ଅଣ୍ଟରଟେକିଂ ଦେବେ । ଏହି ପ୍ରକ୍ରିୟା ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ କେବଳ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରାଯିବ । ଓଏମସିକୁ ଆର୍ଥିକ କ୍ଷତିରୁ ଉଦ୍ଧାର କରିବା ସହିତ ଖନନ ହୋଇଥିବା ବକ୍ସାଇଟ ବହୁଦିନ ଧରି ପଡ଼ି ରହିଲେ ତା’ର ଗୁଣବତ୍ତା ଓ ମୂଲ୍ୟରେ ହ୍ରାସ ହେବ ବୋଲି କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top