Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୩ ଜିଲ୍ଲାରେ କରୋନା ଚିକିତ୍ସାରେ ୨୨୪କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ୨୩ଟି ଜିଲ୍ଲାରେ କରୋନା ଚିକିତ୍ସାରେ ମୋଟ ୨୨୩.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୨ଟି ଜିଲ୍ଲାରୁ ପୂର୍ଣ୍ଣାଙ୍ଗ ଖର୍ଚ୍ଚ ବିବରଣୀ ମିଳିଥିବାବେଳେ ଗୋଟିଏ ଜିଲ୍ଲା ଖୋର୍ଦ୍ଧାରୁ ଅଧପନ୍ତରିଆ ତଥ୍ୟ ମିଳିଛି । କୋଭିଡ-୧୯ ମହାମାରୀର ନମୂନା ପରୀକ୍ଷା, ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ଓ ଏହାର ମୁକାବିଲା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ ସରକାର ଓ ବେସରକାରୀ ହସ୍ପିଟାଲରେ ହୋଇଥିବା କୋଭିଡ୍ ପରୀକ୍ଷା,ଏହାର ମୁକାବିଲା ଓ ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ବାବଦରେ ୨୨୩ କୋଟି ୮୭ଲକ୍ଷ ୮୧ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଜଗତସିଂହପୁର, ବାଲେଶ୍ୱର, ବରଗଡ଼, ଅନୁଗୋଳ, ରାୟଗଡ଼ା, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ଏବାବଦରେ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ ।ଖୋର୍ଦ୍ଧା ଜିଲ୍ଲାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିଲେ ମଧ୍ୟ କେବଳ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୮.୫୬ କୋଟି ଟଙ୍କା କରୋନା ମୁକାବିଲା ଓ ଚିକିତ୍ସାରେ ଖର୍ଚ୍ଚ ହୋଇଛି । ଯେଉଁ ୨୩ଟି ଜିଲ୍ଲାରୁ ଖର୍ଚ୍ଚ ବିବରଣୀ ମିଳିଛି ସେଥିରେ ସର୍ବାଧିକ ୨୬.୪୪କୋଟି ଟଙ୍କା ଗଞ୍ଜାମ ଜିଲ୍ଲାରେ ଖର୍ଚ୍ଚ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୨୩.୯୯କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ରାପଡ଼ାରେ ୧୦.୦୮କୋଟି, ମୟୂରଭଞ୍ଜରେ ୧୭.୦୩କୋଟି, ପୁରୀରେ ୧୫.୦୧ କୋଟି ଟଙ୍କା. ବଲାଙ୍ଗିରରେ ୧୪.୯୨କୋଟି ଟଙ୍କା, କଳାହାଣ୍ଡିରେ ୧୧.୫୬କୋଟି ଟଙ୍କା, ନୟାଗଡ଼ରେ ୭.୪୧କୋଟି ଟଙ୍କା, ନୂଆପଡ଼ାରେ ୫.୫୧ କୋଟି ଟଙ୍କା, ସମ୍ବଲପୁରରେ ୮.୬୪କୋଟି ଟଙ୍କା, ସୁନ୍ଦରଗଡ଼ରେ ୭.୬୭କୋଟି ଟଙ୍କା, କନ୍ଧମାଳରେ ୭.୫୫କୋଟି ଟଙ୍କା, ଭଦ୍ରକରେ ୪.୦୭କୋଟି ଟଙ୍କା, ଗଜପତିରେ ୪.୧୭କୋଟି ଟଙ୍କା କରୋନା ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି ।
ସେହିପରି କରୋନା ସଂକ୍ରମଣ କାଳରେ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ବ୍ୟାହତ ହୋଇଥିବା ଅଭିଯୋଗକୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଖାରଜ କରି ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ୨୦୨୦ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟରେ ୧ଲକ୍ଷ ୪୧ହଜାର ୮୭୪ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଏହି ସମସ୍ତ ରୋଗୀ କରୋନାରେ ପୀଡ଼ିତ ନଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top