Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୩ ପୁଲିସ ଅଫିସରଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତକାଲି ଏସପି ପାହ୍ୟାର ଅଫିସରଙ୍କ ବଦଳି ପରେ ଆଜି ଡିଏସପି ପାହ୍ୟାର ୨୩ଜଣ ପୁଲିସ ଅଫିସରଙ୍କ ବଦଳି ହୋଇଛି । ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଟ୍ରେନିଂ ସମାପ୍ତ କରିଥିବା ୯ଜଣ ପୁଲିସ ଅଫିସରଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି । ଏହି ୯ଜଣ ପୁଲିସ ଅଫିସର ସିଧାସଳଖ ଡେପୁଟି ଏସପି ପାହ୍ୟାରେ ନିଯୁକ୍ତି ପାଇଥିଲେ ।
ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଟ୍ରେନିଂ ସମାପ୍ତ କରିଥିବା ସନ୍ତକ ଜେନା, ସତ୍ୟବ୍ରତ ଦାଶ, ଅଂଶୁମାନ ଦ୍ୱିବେଦୀ, ସୁମନ ରଞ୍ଜିତା ସିଂହ, ପ୍ରତ୍ୟୁଷ ମହାପାତ୍ର, ଅନୁପ ଅଭିଷେକ ବେହେରା, ଦୀନେଶ ଚନ୍ଦ୍ର ନାଏକ, ମନୋଜ କୁମାର ପୂଜାରୀ ଓ ଗାୟତ୍ରୀ ପ୍ରଧାନଙ୍କୁ ଏସଡିପିଓ ଭାବେ ଯଥାକ୍ରମେ ଖରିଆର, ବୁର୍ଲା, ମାଲକାନଗିରି, ପାଲଲହଡ଼ା, ଦେବଗଡ଼, ଜୟପୁର, ନବରଙ୍ଗପୁର, ବାଲିଗୁଡ଼ା, ରାଇରଙ୍ଗପୁରର ଏସଡିପିଓ ଭାବେ ନିଯୁକ୍ତି ମିଳିଛି ।
ସେହିପରି ସୀତାକନ୍ତ କାକୁନଗୋଙ୍କୁ ପଟ୍ଟାମୁଣ୍ଡାଇ ଇନଚାର୍ଜ ଏସଡିପିଓ , ରଞ୍ଜନ କୁମାର ଦେଙ୍କୁ କାମାକ୍ଷାନଗର ଇନଚାର୍ଜ ଏସଡିପିଓ, ସୁନୀଲ କୁମାର ନନ୍ଦଙ୍କୁ ବାଙ୍କି ଏସଡିପିଓ, ସୁପ୍ରସନ୍ନ କୁମାର ମଲ୍ଲିକଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଇନଚାର୍ଜ ଡିଏସପି, ସୁଲେମାନ ଏକ୍କାଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଡିଏସପି, ବିଦ୍ୟୁତ ଚନ୍ଦ୍ର ପଣ୍ଡାଙ୍କୁ କଟକସ୍ଥିତ ଏଚଆରପିସି ଡିଏସପି, ସୁରେଶ କୁମାର ଦାସଙ୍କୁ ଆନନ୍ଦପୁର ଏସଡିପିଓ, ସ୍ନେହାଶୀଷ ସାହୁଙ୍କୁ କନ୍ଧମାଳ ଆଇୟୁସିଏଡବ୍ଲ୍ୟୁ ଡିଏସପି, ନିବେଦିତା ସୋରେନଙ୍କୁ ବରଗଡ଼(ମୁଖ୍ୟାଳୟ) ଡିଏସପି, ଯଶୋବନ୍ତ ସାମଲଙ୍କୁ ବୀରମିତ୍ରପୁର ଏସଡିପିଓ, ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଏସଡିପିଓ, ମାନସ ରଞ୍ଜନ ବାରିକଙ୍କୁ ବାଲୁଗାଁ ଏସଡିପିଓ, ଦିଲ୍ଲୀପ ଚନ୍ଦ୍ର ବାଗଙ୍କୁ ଚମ୍ପୁଆ ଏସଡିପିଓ ଏବଂ ଶିଶୁରଞ୍ଜନ ମହାପାତ୍ରଙ୍କୁ ସମ୍ବଲପୁର ଆଇୟୁସିଏଡବ୍ଲ୍ୟୁ ଡିଏସପି ଭାବେ ବଦଳି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top